ମନ୍ତ୍ରୀଙ୍କ ରିପୋର୍ଟ କାର୍ଡର ସମୀକ୍ଷା : ଆଜି ୪ଟି ବିଭାଗର ସମୀକ୍ଷା କରୁଛନ୍ତି ନବୀନ

17

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ନବୀନ ସରକାରଙ୍କ ଦୁଇ ବର୍ଷ ପୂରିବା ଅବସରରେ ମୁଖିଆ ଗତକାଲିଠାରୁ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ଡାକି ୱାନ୍ ଟୁ ୱାନ୍ ସାକ୍ଷାତ କରୁଛନ୍ତି ।  ଆଜି ୪ଟି ବିଭାଗର ସମୀକ୍ଷା କରିବେ ନବୀନ । ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଙ୍ଗଲ ପରିବେଶ ବିଭାଗ ଏବଂ ଖାଦ୍ୟ ଯୋଗଣ ବିଭାଗର ଆଜି ପଡିବ ପାଳି । କଣ ଥିଲା ବିଭାଗର ଟାର୍ଗେଟ୍, ଆଉ କଣ ଅଛି ବର୍ତମାନର ସ୍ଥିତି । ସରକାରୀ ଯୋଜନା ଓ ଲକ୍ଷ୍ୟ ନେଇ ହେବ କୋଶ୍ଚିନ୍ ଆନସାର । ପ୍ରଶ୍ନ କରିବେ ମୁଖ୍ୟମନ୍ତ୍ରୀ, ଉତର ରଖିବେ ବିଭାଗୀୟ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାକୁ ନଜରରେ ରଖି ମନ୍ତ୍ରୀ ପ୍ରସ୍ତୁତ କରିଛନ୍ତି ରିପୋର୍ଟ । ନିଜନିଜ ବିଭାଗର ବିଭିନ୍ନ ଯୋଜନାର ଲକ୍ଷ୍ୟ ଓ ସ୍ଥିତି ନେଇ ପରିସଂଖ୍ୟାନ ଆଧାରରେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।