ଦିଲ୍ଲୀରୁ ଫେରି ମନ୍ତ୍ରୀମଣ୍ଡଳ ଅଦଳବଦଳ ସଂକେତ ଦେଲେ ମୁଖ୍ୟମନ୍ତ୍ରୀ : କହିଲେ, କରାଯାଉଛି ଅନୁଧ୍ୟାନ

115

କନକ ବ୍ୟୁରୋ : ଦିଲ୍ଲୀରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକା ଏକା ଦିଲ୍ଲାରେ ୬ ଦିନ ଧରି ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ଆଜି ଓଡିଶା ଫେରିଛନ୍ତି ନବୀନ । ଦିଲ୍ଲୀରୁ ଫେରି ମନ୍ତ୍ରୀ ମଣ୍ଡଳ ଅଦଳବଦଳ ନେଇ ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମନ୍ତ୍ରୀ ମଣ୍ଡଳ ଅଦଳବଦଳ ନେଇ ଗଣମାଧ୍ୟମ ପ୍ରଶ୍ନର ଉତରରେ ସେ କହିଛନ୍ତି ଏନେଇ ଅନୁଧ୍ୟାନ କରାଯାଉଛି । ଫଳରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ସମ୍ଭାବନା ନେଇ ଚର୍ଚ୍ଚା ଜୋର ଧରିଛି । ସେ ଆହୁରି କହିଛନ୍ତି ପଂଚାୟତ ଫଳାଫଳକୁ ନେଇ ସମୀକ୍ଷା କରାଯାଉଛି ।

ଦେଖନ୍ତୁ ଏହି ଭିଡିଓ –