ପୁରୀରେ ଶକ୍ତି ପ୍ରଦର୍ଶନ କରିବେ ନବୀନ ! ମିଶନ ଶକ୍ତି ମହାସମାବେଶରେ ପ୍ରାୟ ୬୦ ହଜାର ମହିଳାଙ୍କୁ ଦେବେ ଉଦବୋଧନ

୨୯ ହଜାର ଏସଏଚଜିଙ୍କ ପାଇଁ କରିବେ ଗୁରୁତ୍ୱପୂର୍ଣ୍ଣ ଘୋଷଣା

127

କନକ ବ୍ୟୁରୋ : ଆଜି ପୁରୀରେ ମହିଳା କାର୍ଡ ଖେଳିବେ ନବୀନ । ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ କାଉଁଟର କରିବା ପାଇଁ ହୋଇଛି ରଣନୀତି । ପୁରୀ ତାଳବଣିଆ ସ୍ଥିତ ସ୍ପୋଷ୍ଟର୍ସ କମ୍ପେଲକ୍ସ ଇନଡୋର ହଲରେ ନବୀନ ବିଶାଳ ମିଶନ ଶକ୍ତି ସମାବେଶ କରିବେ । ଏକାଠି ହେବେ ପ୍ରାୟ ୨୯ ହଜାର ସ୍ୱୟଂସହାୟକ ଗୋଷ୍ଠୀର ୬୦ ହଜାର ମହିଳା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସଶକ୍ତ କରିବା ନେଇ କେତେକ ଯୋଜନାର ଶୁଭାରମ୍ଭ କରିବେ । ପ୍ରତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୫ ହଜାର ଟଙ୍କାର ସିଡ୍ ମନି ପ୍ରଦାନ କରାଯିବ । ସେହିପରି ପ୍ରତି ବ୍ଲକ ସ୍ତରୀୟ ମହାସଂଘ ପାଇଁ ୨୫ ଲକ୍ଷ ଟଙ୍କାର ସହାୟତା ପାଣ୍ଠି ଗଠିତ ହେବ । ଏହା ସହ ଡିଜିଟାଲ ସଶକ୍ତିକରଣ ନିମନ୍ତେ ପ୍ରତି ଗୋଷ୍ଠୀକୁ ୩ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଏହି ଯୋଜନା ଫଳରେ ୭୦ ଲକ୍ଷ ମହିଳା ଲାଭବାନ ହେବେ ବୋଲି କୁହାଯାଉଛି ।

ସେପଟେ ଆଜି ବାରିପଦା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳୀୟ ସମାବେଶ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦଙ୍କର ସରକାରୀ କାର୍ଯ୍ୟକ୍ରମ ରହିଛି । ହେଲେ ସୂଚନା ମୁତାବକ, ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଉନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏଭଳି ପଦକ୍ଷେପ ଆଜି ରାଜନୈତିକ ମହଲକୁ ଆେଲାଚନା ପାଇଁ ଖୋରାକ ଯୋଗାଇଛି । ମୁଖ୍ୟମନ୍ତ୍ରୀ କାହିଁକି ଯୋଗଦେବେ ନାହିଁ, ସେ ନେଇ ଦଳ ବା ସରକାରଙ୍କ ପକ୍ଷରୁ କିଛି ବି କୁହାଯାଇନାହିଁ । ତେବେ କେନ୍ଦ୍ର ବିରୋଧରେ ବିଜେଡି ରଣହୁଙ୍କାର ଦେଇଥିବା ପରିପ୍ରେକ୍ଷୀରେ ନବୀନ ଏଭଳି ନିଷ୍ପତ୍ତି ନେଇଥିବା ଗୋଟିଏ ପକ୍ଷ ମତ ରଖୁଛନ୍ତି । କେବଳ ସେତିକି ନୁହେଁ, ଆଦିଲ୍ଲୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ବିଜେଡି ଧାରଣାସ୍ଥଳରେ ଉପସ୍ଥିତ ରହିବେ । ଅର୍ଥାତ୍ କେନ୍ଦ୍ର ବିରୋଧରେ ଯୁଦ୍ଧ ଡାକରା ଦେବା ଲାଗି ମୁଖ୍ୟମନ୍ତ୍ରୀ ପୂରା ଦମରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।