କାଲିମେଳାରେ ବି ଆକ୍ରାମକ ମୁଡ଼ରେ ନଜର ଆସିଲେ ନବୀନ ! ଲାଲଗଡ଼ରୁ କେନ୍ଦ୍ର ଉପରେ ବର୍ଷିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

231

କନକ ବ୍ୟୁରୋ : ଲାଲଗଡ଼ରେ ପୁଣି ଆକ୍ରାମକ ମୁଡ଼ରେ ନଜର ଆସିଲେ ବିଜେଡ଼ି ସୁପ୍ରିମୋ । କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଲେ ବିଜେଡ଼ି ସୁପ୍ରିମୋ । କାଲିମେଳାର ସାଧାରଣ ସଭାରେ କେନ୍ଦ୍ର ଅବହେଳା କଥା ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ବିଜେପି ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ଆହ୍ୱାନ ଦେଇଛନ୍ତି ନବୀନ ।

ଆସନ୍ତା ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ସାରିଛନ୍ତି ନବୀନ । ଆଜି ବିଜେପିକୁ ଲକ୍ଷ୍ୟ କରି ବେଶ ଆକ୍ରାମକ ଢ଼ଙ୍ଗରେ କାଲିମେଳାରେ ନିର୍ବାଚନ ପ୍ରଚାର କରିବା ସହ ଭୋଟ ମାଗିଛନ୍ତି ବିଜେଡ଼ି ସଭାପତି । ୨ ସାଂସଦ ଓ ବିଧାୟକଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ନବୀନ । କେନ୍ଦ୍ର ସରକାର ଓ ବିଜେପିକୁ ସିଧା ଟାର୍ଗେଟ କରିଛନ୍ତି । ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ କେହି ଆସିଲେ ନାହିଁ । ବନ୍ୟା,ବାତ୍ୟା ବେଳେ ଦେଖାଦେଲେନି, ଆଉ ଏବେ ଭୋଟ ସମୟରେ ଓଡ଼ିଶା ଚାଲି ଆସୁଛନ୍ତି । ଓଡ଼ିଶା ପ୍ରତି କ୍ରମାଗତ ଅବହେଳା ହେଉଥିବା ଅଭିଯୋଗ କରି ଜନସାଧାରଣଙ୍କୁ ପ୍ରଶ୍ନ କରିବାକୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ ।

କାହାର ନା ନନେଇ ବିଜେପି ଉପରେ ବର୍ଷଛନ୍ତି ନବୀନ । ନିର୍ବାଚନ ଆସିଲାମାନେ ନେତାମାନେ ବଡ଼ ବଡ଼ କଥା କହିବେ । ହେଲେ ନିର୍ବାଚନ ଶେଷ ହେଲେ ଆଉ କାହାର ଦେଖା ମିଳିବ ନାହିଁ । ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର । କେବିକେ ଯୋଜନା ବନ୍ଦ କଲା କେନ୍ଦ୍ର । ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ପାଳନ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ନବୀନ । କାଲିମେଳା ନିର୍ବାଚନୀ ସଭାରେ ବିଜେଡ଼ି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିଲେ ନବୀନ । ସୂଚନାଯୋଗ୍ୟ ଗତ ୩ ତାରିଖ ବ୍ରହ୍ମପୁର କନିଷିରେ ମଧ୍ୟ କେନ୍ଦ୍ର ଉପରେ ବର୍ଷିଥିଲେ ନବୀନ । ସେଠାରେ ମଧ୍ୟ ବିଜେଡ଼ି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇ କେନ୍ଦ୍ର ଉପରେ ବର୍ଷିଥିଲେ ।