ବୌଦ୍ଧ କଣ୍ଟାମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଉଦଘାଟନ

147

କନକ ବ୍ୟୁରୋ : ବୌଦ୍ଧର କଂଟାମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଣ୍ଟାମାଳରେ ୧୧୬ କୋଟି ଟଙ୍କାର ୪୫ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିଛନ୍ତି ନବୀନ । ଏଥିରେ ୪ଟି ହାଇଭୋଲଟେଜ୍ ସେତୁ, ୬ଟି ସଡ଼କ ପ୍ରକଳ୍ପ ରହିଛି । ସେହିପରି କଂଟାମାଳରେ ୩୧୦ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟରେ ୧୦ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନବୀନ । ଏହା ପରେ ମୁଖ୍ୟମନ୍ତ୍ରୀ ବୌଦ୍ଧ ଗସ୍ତ କରିବେ ।

ବୌଦ୍ଧରେ ମୁଖ୍ୟମନ୍ତ୍ରୀ ୭୬ କୋଟି ଟଙ୍କାରେ ୪୭ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିବେ । ଏହାସହ ୨୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ସାଧାରଣ ସଭାରେ ଯୋଗଦେବେ ନବୀନ । ବୌଦ୍ଧ ଗସ୍ତ ପରେ ନବୀନ ଗଞ୍ଜାମର ଭଞ୍ଜନଗର ଗସ୍ତରେ ଯିବେ । ସେଠାରେ ୨୧ କୋଟି ୨୬ ଲକ୍ଷ ଟଙ୍କାର ୩ଟି ପ୍ରକଳ୍ପର ଉଦଘାଟନ କରିବା ସହ ଅନ୍ୟ ୨୪ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ।