ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ : ନିଜ ନିର୍ବାଚନ ମଣ୍ଡଳି ହିଂଜିଳିକାଟୁରୁ ଆରମ୍ଭ କରିବେ ପ୍ରଚାର

25

କନକ ବ୍ୟୁରୋ : ଆଜି ଠାରୁ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜ ନିର୍ବାଚନ ମଣ୍ଡଳି ହିଂଜିଳିକାଟୁରୁ ମୁଖ୍ୟମନ୍ତ୍ରୀ ପ୍ରଚାର ଅଭିଯାନ ଆରମ୍ଭ କରିବେ । ଆଜି ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ହିଂଜିଳାକୁଟ ଯିବେ । ପରେ ସେଠାରୁ ରୋଡ ସୋରେ ସେ ମକରଝୋଳ, ଶିକିରୀ, ଦୁର୍ବନ୍ଧ ଓ ଗଣ୍ଡଳା ଗାଁରେ ପ୍ରଚାର କରିବା କାର୍ଯ୍ୟସୂଚୀ ରହିଛି । ପ୍ରଚାର ବେଳେ ବିରୋଧୀଙ୍କ ସମାଲୋଚନାର କଡା ଜବାବ ଦେଇପାରନ୍ତି ନବୀନ । ଏହି ସୂଚନା ଦେଇଛନ୍ତି ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର ।