କେତେ ସଫଳ କେତେ ବିଫଳ ?

140

ନବୀନ ସରକାରଙ୍କର ଚତୁର୍ଥ ପାଳିର ଦୁଇବର୍ଷ । ଏହା ଭିତରେ କେତେ ସଫଳ ଆଉ କେତେ ବିଫଳ ନବୀନ । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ ।

naveen pattanaikମେ ୨୧, ୨୦୧୪ । ଏହି ଦିନ ଲଗାତାର ଚତୁର୍ଥ ଥର ଜିତି ସରକାର ଗଠନ କରିଥିଲେ ନବୀନ । ଆଉ ପ୍ରଥମ ଦିନରୁ ହିଁ ଦେଖାଇଲେ ଆକ୍ସନ । ବସିଲା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ । ନିର୍ବାଚନୀ ଇସ୍ତାହାରକୁ ମିଳିଲା ଅନୁମୋଦନ । ଅର୍ଥାତ ସମସ୍ତ ପ୍ରତିଶ୍ରୁତିକୁ ପାଳନ କରିବାକୁ ଅଂଟା ଭିଡିଲେ ବିଜେଡି ସୁପ୍ରିମୋ । ଏହାରି ଭିତରେ ବିତିଛି ଦୁଇ ବର୍ଷ । ସଫଳତାର ଓ ବିଫଳତାର ଲମ୍ବା ତାଲିକାକୁ ସାମ୍ନା କରିଛି ସରକାର । ଅନେକ ଆହ୍ୱାନ ଓ ବିବାଦ ବି ଆସିଛି । ବିରୋଧୀଙ୍କ ଶାଣିତ ଆକ୍ରମଣ ଆଉ ନିଜ ଦଳ ଭିତରୁ ଅସନ୍ତୋଷର ଚାପା ଗୁଂଜରଣ ବି ଶୁଣିଥିଲେ ନବୀନ । ଏସବୁକୁ ଯଦିଓ ଦୃଢତାର ସହ ମୁକାବିଲା କରିଥିଲେ ବି ଭାବମୁର୍ତି କିନ୍ତୁ ମଳିନ ହୋଇଛି ।

ସରକାରଙ୍କ ମାର୍କସିଟରେ ପ୍ରଥମେ ଦେଖନ୍ତୁ ସଫଳତାର ତାଲିକା ।

make in indiaମୁମ୍ବାଇ ମେକ ଇନ ଇଣ୍ଡିଆ ୱିକରେ ସାମିଲ ହେଲା ଓଡିଶା, ଆଉ ହାସଲ କଲା ୭୦ ହଜାର କୋଟିର ନିବେଶ । ଚାଷୀର ବ୍ୟାଙ୍କ ଆକାଉଂଟକୁ ବିହନ ସବସିଡି ଅର୍ଥ ପ୍ରଦାନ ଭଳି ନିଷ୍ପତି ଆଉ ୫ ବର୍ଷରେ ଚତୁର୍ଥ ଥର ପାଇଁ କୃଷି କର୍ମଣ ପୁରଷ୍କାର ପାଇଲେ ସରକାର । ନିରାମୟ ଓ ଆହାର ଭଳି ସ୍କିମ, ୩୧୪ ବ୍ଲକରେ ଆଦର୍ଶ ବିଦ୍ୟାଳୟ ନିଷ୍ପତି, ସ୍ମାର୍ଟ ସିଟି ତାଲିକାରେ ୧ ନମ୍ବର, ଓଡିଶା ସ୍କିଲ ଡେଭେଲପମେଂଟ ଅଥରିଟି ଆଉ ଭିଜନ ୨୦୩୬ ଟାର୍ଗେଟ କରିବା ଓ ରାଜ୍ୟ ଇତିହାସର ସବୁଠାରୁ ବଡ ବଜେଟ ଉପସ୍ଥାପନ ଭଳି କିଛି ନିଷ୍ପତି ନବୀନଙ୍କ ସଫଳତାର ପଲ୍ଲାକୁ ଭାରି କଲା । ଖାଲି ଏତିକିରେ ସୀମିତ ନଥିଲା ସରକାରୀ ନିଷ୍ପତି । ୧୦ ଲକ୍ଷ ଲୋକଙ୍କୁ ବିଜୁ ପକାଘର, କୃଷି ସମସ୍ୟାର ସମାଧାନ ପାଇଁ କୃଷି କ୍ୟାବିନେଟ ଭଳି ନିଷ୍ପତି ତାଲିକାକୁ ଆହୁରି ବଡ କଲା ।

protest against naveenଏତେ ସବୁ ପରେ ମଧ୍ୟ, ବିବାଦ ପିଛା ଛାଡିନଥିଲା । ଅନେକ ମନ୍ତ୍ରୀଙ୍କ ନାଁରେ ଆସିଥିଲା ସାଂଘାତିକ ଅଭିଯୋଗ । ଦୁର୍ନୀତିର କଳାବାଦଲ ଘୋଟି ଆସିଥିଲା ନବୀନ ସରକାର ଉପରେ । ଯାହା ସାଧାରଣରେ ସରକାରର ଭାବମୁର୍ତିକୁ ନେଇ ସୃଷ୍ଟି କଲା ବଡ ପ୍ରଶ୍ନବାଚୀ । ଶତାଦ୍ଦୀର ପ୍ରଥମ ନବକଳେବରକୁ ସଠିକ ରୂପରେ ପରିଚାଳନା କରିବାରେ ସରକାର ବିଫଳ ହେଲେ । ଅନେକ ଅଘଟଣ ଘଟିଲା, କାମ ଅଧପନ୍ତରିଆ ହୋଇ ପଡି ରହିଲା । ଜମି ଦୁର୍ନୀତିରେ ମନ୍ତ୍ରୀଙ୍କ ନାଁ ଯୋଡି ହେଲା । ଏଥିସହ ଚିଟଫଣ୍ଡ ସ୍କାମରେ ସରକାର ନିନ୍ଦିତ ହେଲା । ତଦନ୍ତ କମିଶନ ଜଷ୍ଟିସ ଏମ. ଏମ. ଦାସଙ୍କ ବିବାଦୀୟ ବୟାନ ସରକାରଙ୍କୁ ଅଡୁଆରେ ପକାଇଲା । ମନ୍ତ୍ରୀଙ୍କ ନାଁରେ ଆସିଲା ଠକେଇରେ ସଂପୃକ୍ତି ଥିବା ଅଭିଯୋଗ । ଏପରିକି ଟଙ୍କା ଫେରାଇବାରେ ସରକାର ସକ୍ଷମ ହେଲେନି । ଚାଷୀ ଆତ୍ମହତ୍ୟା ଭଳି ପ୍ରସଙ୍ଗ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଲା । ପସ୍କୋ, ବେଦାନ୍ତ ଭଳି ଶିଳ୍ପର ଝଟକା ଲାଗିଥିଲା ସରକାରଙ୍କୁ । ଡାଲି ଓ ଆଳୁ ଦର ବୃଦ୍ଧି, ରେସନ କାର୍ଡ ବଂଟନରେ ଦୁର୍ନୀତି ନେଇ ବିରୋଧୀ ଘେରିଥିଲେ ସରକାରଙ୍କୁ । ଏହାବାଦ ରାଜ୍ୟରେ ବଢିଥିବା ବଳାତ୍କାରର ସଂଖ୍ୟା ଦର୍ଶାଇଥିଲା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ସ୍ଥିତିକୁ ।

ସଫଳତାର ତାଲିକାକୁ ଫିକା କରିଥିଲା ବିଫଳତା ଓ ବିବାଦର ଏହି ସ୍ୱାଦ । ହେଲେ ଏତେସବୁ ପରେ ବି ଏକ ଦୃଢ ଆଉ ସ୍ଥିର ଶାସନ ଦେଇ ଲୋକଙ୍କ ନିକଟରେ ପହଂଚିବାକୁ ସରକାର କରିଛନ୍ତି ଉଦ୍ୟମ । ବିଭିନ୍ନ ଯୋଜନା ଭୋଟ ରାଜନୀତିରେ ଫରକ ପକାଉଛି ।

ଏହା ସହ ମହାରଥୀଙ୍କ ରିପୋର୍ଟ କାର୍ଡ