ବଲାଙ୍ଗିରରେ ପ୍ରଶ୍ନ ଗଞ୍ଜାମରେ ଉତ୍ତର ! ମହାନଦୀ ପ୍ରସଙ୍ଗରେ ରମଣଙ୍କୁ କାଉଂଟର କରିବେ ନବୀନ

27

କନକ ବ୍ୟୁରୋ : ବିଜେପିର ଷ୍ଟାର ପ୍ରଚାରକ ତଥା ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ କାଉଂଟର କରିବା ପାଇଁ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀକୁ ନେଇ ବଲାଙ୍ଗିରରେ ନବୀନଙ୍କ ଉପରେ ଶାଣିତ ଆକ୍ରମଣ କରିଥିଲେ ରମଣ ସିଂହ । କହିଥିଲେ ବିପଦର ସମାଧାନ ଚାହୁଁନାହାଁନ୍ତି ଓଡିଶା ସରକାର ।

ଏସବୁ ପରେ ଦଳର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି ରମଣ ସିଂହଙ୍କ ଆକ୍ରମଣ ପରେ ଆଉ ଚୁପ୍ ବସିବେନି ନବୀନ୍ । ରମଣଙ୍କୁ ନବୀନ କାଉଂଟର କରିବେ । ଆସନ୍ତାକାଲି ଗଂଜାମରେ ରୋଡ ସୋ’ କରିବେ ନବୀନ । ସେପଟେ ମହନଦୀ ରାଜନୀତିର ପାଣିରେ ବୁଡ ପକାଉଛି କଂଗ୍ରେସ୍ । ପିସିସି ସଭାପତି ଆଜି ପ୍ରେସମିଟ୍ କରି ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ।