ନବୀନ ସରକାର- ଚତୁର୍ଥ ପାଳିର ତୃତୀୟ ବର୍ଷ ! ଭୋଟ୍ କରି ମୁଲ୍ୟାୟନ କରନ୍ତୁ

36

ନବୀନ ସରକାରର ଚତୁର୍ଥ ପାଳିର ତୃତୀୟ ବର୍ଷ । ଲଗାତର ୧୭ ବର୍ଷ ଧରି ରାଜ୍ୟରେ ଶାସନ ଭାର ରହିଛି ନବୀନ ପଟ୍ଟନାୟକଙ୍କ ହାତରେ । ହେଲେ ପଂଚାୟତ ନିର୍ବାଚନ ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ସବୁଠାରୁ ବଡ ପ୍ରଶ୍ନ । କଡ ବଦଳାଉଛି କି ରାଜ୍ୟ ରାଜନୀତି? ବିଜେଡିକୁ ଟକ୍କର ଦେବାକୁ ଅନ୍ୟ ରାଜନୈତିକ ଦଳ ମୁଣ୍ଡ ଟେକିଛନ୍ତି କି? ଏଭଳି କିଛି ପ୍ରଶ୍ନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ନବୀନ ସରକାର ଲୋକଙ୍କ ନିକଟରେ କେତେ ଉତ୍ତରଦାୟୀ ଓ ରାଜନୈତିକ ପାଣିପାଗର ଆକଳନ କରିବାକୁ କନକ ନ୍ୟୁଜ ଆରମ୍ଭ କରିଛି ସବୁଠାରୁ ବଡ ଅନଲାଇନ୍ ପୋଲ୍ ।

ଏଥିରେ ରାଜ୍ୟର ସାମାଜିକ କ୍ଷେତ୍ରର ସ୍ଥିତି, ଆଜିର ଦିନରେ ନିର୍ବାଚନ ହେଲେ ସରକାର ଗଠନ କରିପାରିବ କି ବିଜେଡି, ନବୀନ ସରକାରର ସବୁଠାରୁ ବଡ ଉପଲବ୍ଧି କଣ ଏଭଳି ୧୦ଟି ପ୍ରଶ୍ନ ରହିଛି । କନକ ନ୍ୟୁଜ ତରଫରୁ ରାଜ୍ୟରେ ଡିଜିଟାଲ୍ ନେଟୱାର୍କର ସବୁଠାରୁ ବଡ ସମ୍ବାଦ ଗ୍ରୁପ୍ ଆରମ୍ଭ କରିଛି ଏହି ଅନଲାଇନ୍ ପୋଲ୍ । ଆପଣ ଭୋଟ୍ କରି ରାଜ୍ୟ ସରକାରର ମୁଲ୍ୟାୟନ କରିପାରିବେ ।

ଭୋଟ୍ ଦେବାକୁ ଲଗ୍ ଅନ୍ କରନ୍ତୁ

ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ .କନକନ୍ୟୁଜ୍.କମ୍
ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ .ସମ୍ବାଦ.ଇନ୍
ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ .ଓଡିଶାସନଟାଇମ୍ସ.କମ୍

ଆପଣଙ୍କର ମତାମତକୁ ନେଇ ଆମେ ଆୟୋଜନ କରିବୁ, ଏକ ବଡ ବିତର୍କ । ଯେଉଁଠି ଏହି ତମାମ ପ୍ରଶ୍ନ ଉପରେ ଆପଣ ଦେଇଥିବା ମତର ହେବ ବିଶ୍ଳେଷଣ ।