ବିଜେଡ଼ିର ଜନସମ୍ପର୍କ ପଦଯାତ୍ରାରୁ ବିଜେପିକୁ ଟାର୍ଗେଟ କଲେ ନବୀନ : କହିଲେ ପମ୍ପା ମାଠିଆର ଶଦ୍ଦ ବେଶୀ, କଥାରେ ନୁହେଁ ଆମେ କାମରେ ବିଶ୍ୱାସ କରୁ

39

କନକ ବ୍ୟୁରୋ : ଆଜିଠାରୁ ବିଜେଡ଼ି ଆରମ୍ଭ କରିଛି ଜନ ସମ୍ପର୍କ ପଦଯାତ୍ରା । ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ତେବେ ଗାନ୍ଧୀ ଜୟନ୍ତୀରେ ବିଜେପି ଜନସଂପର୍କ ପଦଯାତ୍ରା ଶୁଭାରମ୍ଭ ଅବସରରେ ବିଜେପିଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପମ୍ପା ମାଠିଆର ଶଦ୍ଦ ବେଶି ବୋଲି ନବୀନ କହିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଐତିହାସିକ ପଦକ୍ଷେପ । ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆଜିଠୁ ଆରମ୍ଭ କରୁଛନ୍ତି । ୨୫ ଲକ୍ଷ ଲୋକ ଏହି ସୁବିଧା ପାଇବେ । କଥାରେ ନୁହେଁ କାମରେ ବିଶ୍ୱାସ କରୁ ବୋଲି ନବୀନ କହିଛନ୍ତି । ଓଡ଼ିଶା ଲୋକଙ୍କ ସହ ଆମ ସରକାର ଅଛି  ।ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛୁ । ପୁଣି ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ପ୍ରସଙ୍ଗ ଉଠାଇଛନ୍ତି ନବୀନ ।

ପଦଯାତ୍ରା ସମୟରେ ଦଳୀୟ କର୍ମୀମାନେ ରାଜ୍ୟସରକାରଙ୍କ ବିଭନ୍ନ ଜନହିତକର କାର‌୍ୟ୍ୟକ୍ରମ ଆମ ଗାଁ ଆମ ବିକାଶ, ଆମ ସହର ଆମ ଉନ୍ନତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା, ମହିଳା, କୃଷକ ଓ ଛାତ୍ରଙ୍କ ପାଇଁ ୧ ପ୍ରତିଶତ ସୁଧରେ ଋଣ ବ୍ୟବସ୍ଥା, ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ,ସହରାଂଚଳ ବସ୍ତି ବାସିନ୍ଦାଙ୍କୁ ଭୂମି ଓ ସଂପତି ଅଧିକାର, ମିଶନ ଶକ୍ତି ଯୋଜନା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି ।

 

ଆଜିଠୁ ଏକ ମାସ ଧର ବିଜେଡିର ଜନସଂପର୍କ ପଦଯାତ୍ରା ଚାଲିବ । ଭୁବନେଶ୍ୱର ମହାନଗର ନିଗମର ୫୩ ନମ୍ବର ୱାର୍ଡ ଅନ୍ତର୍ଗତ ଝରଣା ସାହି ବସ୍ତିରୁ ଏହି ପଦଯାତ୍ର ଶୁଭାରମ୍ଭ କରାଯାଇଛି । ସାରା ରାଜ୍ୟରେ ଏଭଳି ପଦଯାତ୍ରା କରାଯାଇଛି । ବିଜେଡି କର୍ମକର୍ତାମାନେ ପ୍ରତି ୱାର୍ଡକୁ ଯାଇ ଲୋକଙ୍କ ପାଖରେ ପହଚିଂବେ । ପଦଯାତ୍ରା ସମୟରେ ଦଳୀୟ କର୍ମୀମାନେ ରାଜ୍ୟସରକାରଙ୍କ ବିଭନ୍ନ ଜନହିତକର କାର୍ଯ୍ୟକ୍ରମ ଆମ ଗାଁ ଆମ ବିକାଶ, ଆମ ସହର ଆମ ଉନ୍ନତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁୂରକ୍ଷା ଯୋଜନା, ମହିଳା, କୃଷକ ଓ ଛାତ୍ରଙ୍କ ପାଇଁ ୧ ପ୍ରତିଶତ ସୁଧରେ ଋଣ ବ୍ୟବସ୍ଥା, ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ,ସହରାଂଚଳ ବସ୍ତି ବାସିନ୍ଦାଙ୍କୁ ଭୂମି ଓ ସଂପତି ଅଧିକାର, ମିଶନ ଶକ୍ତି ଯୋଜନା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ ।