ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ! ଲୋକଙ୍କ ଆଶା ଆକାଂକ୍ଷାକୁ ବାସ୍ତବତାରେ ପରିଣତ କରିବାକୁ ହେବ

15

କନକ ବ୍ୟୁରୋ : ଆଜି ମନ୍ତ୍ରୀ ପରିଷଦ ବୈଠକରେ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନେ ପକାଇଦେଇଛନ୍ତି, ସେମାନଙ୍କୁ କ’ଣ କରିବା ଦରକାର । ନବୀନ କହିଛନ୍ତି- ସମସ୍ତଙ୍କୁ ମନେ ରଖିବା ଦରକାର ଯେ, ଲୋକଙ୍କ ଆଶା-ଆକାଂକ୍ଷାକୁ ବାସ୍ତବତାରେ ପରିଣତ କରିବାକୁ ହେବ । ଆଉ ସେହି ବିଶ୍ୱାସ ରଖି ଓଡ଼ିଶାବାସୀ ବିଜେଡି ସରକାରଙ୍କୁ ଭୋଟ୍ ଦେଇ ଆସୁଛନ୍ତି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ତେଣୁ ଏକାଠି ହୋଇ କାମ କରିବା ଦରକାର ବୋଲି ଦୃଢ଼ ସ୍ୱରରେ ନବୀନ କହିଛନ୍ତି ।

ରାଜ୍ୟରେ ଶିଶୁମୃତ୍ୟୁ ହାର କମିବା, ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବା ଏବଂ ମହିଳା ସଶକ୍ତିକରଣ ପାଇଁ ଯେଉଁ ପଦକ୍ଷେପ ସବୁ ନିଆଯାଇଛି, ତାହା ପ୍ରମାଣ କରୁଛି ଯେ ଓଡ଼ିଶା ତୃଣମୂଳସ୍ତରରେ ବି ବିକାଶ ଆଡକୁ ଆଗଉଛି । ତେଣୁ ଲୋକଙ୍କ ଆଶା ଓ ବିଶ୍ୱାସକୁ ପୂରଣ କରିବା ପାଇଁ ଆମେ ପ୍ରତିବନ୍ଧ ହେବାର ଆବଶ୍ୟକତା ରହିଛି ବୋଲି ନବୀନ କହିଛନ୍ତି ।