ନବୀନ ସରକାରଙ୍କ ଚତୁର୍ଥ ପାଳିକୁ ପୂରିଲା ଦୁଇ ବର୍ଷ : ଆଜିଠାରୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା

16

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍:ନବୀନ ସରକାରଙ୍କ ଚତୁର୍ଥ ପାଳିର ଦୁଇବର୍ଷ ପୂର୍ତି ଅବସରରେ ଆଜିଠାରୁ ବିଭିନ୍ନ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଗତାକଲି ଦିଲ୍ଲୀରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ ସେ ଗୋଟି ଗୋଟି କରି ସବୁ ବିଭାଗର ସମୀକ୍ଷା କରିବେ ବୋଲି ଜଣାପଡିଛି । ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ବିଭିନ୍ନି ବିଭାଗର କାର୍ଯ୍ୟର ସମୀକ୍ଷା କରିବେ । ଆଉ ଏଥି ପାଇଁ ମନ୍ତ୍ରୀମାନେ ପରିସଂଖ୍ୟାନ ଆଧାରରେ ପ୍ରସ୍ତୁତ କରିଛନ୍ତି ରିପୋର୍ଟ ।

ଆଜି ଗୃହ ଓ ନଗର ଉନ୍ନୟନ, କୃଷି ଓ କୃଷକ କଲ୍ୟାଣ, ମତ୍ସ୍ୟ ଓ ପଶୁ ସଂପଦ ଏବଂ ବୈଷୟିକ ଶିକ୍ଷା ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । କଣ ଥିଲା ଟାର୍ଗେଟ୍, ଆଉ କଣ ଅଛି ବର୍ତମାନର ସ୍ଥିତି ।ନବୀନ କରିବେ ୱାନ୍ ଟୁ ୱାନ୍ ସାକ୍ଷାତ । ସରକାରୀ ଯୋଜନା ଓ ଲକ୍ଷ୍ୟ ନେଇ ହେବ କୋଶ୍ଚିନ୍ ଆନସାର । ପ୍ରଶ୍ନ କରିବେ ମୁଖ୍ୟମନ୍ତ୍ରୀ, ଉତର ରଖିବେ ମନ୍ତ୍ରୀ । ପୂର୍ବରୁ ମନ୍ତ୍ରୀପରିଷଦ ବୈଠକ ପରେ ନବୀନ ସ୍ପଷ୍ଟ କରିସାରିଛନ୍ତି ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପୂରଣ ସରକାରଙ୍କ ଲକ୍ଷ୍ୟ ।