ମୁଁ ସଂପୂର୍ଣ୍ଣ ସୁସ୍ଥ ! ନିଜ ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

26

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚର୍ଚ୍ଚା ଭିତରେ ଆଜି ନବୀନ ମୁହଁ ଖୋଲିଛନ୍ତି । ସାମ୍ବାଦିକଙ୍କ ପ୍ରଶ୍ନର ଜବାବ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ନିକଟରେ ଚର୍ଚ୍ଚା ହୋଇଥିଲା, ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ । ଏସଂପର୍କୀତ ପ୍ରଶ୍ନର ଉତରରେ ସେ କହିଛନ୍ତି, ସେ ସଂପୂର୍ଣ୍ଣ ଠିକ୍ ଥିବାରୁ କୁଆଡେ ଯିବାର ଆବଶ୍ୟକତା ନାହିଁ । ଆଜି ସଚିବାଳୟରେ ଗଣମାଧ୍ୟମକୁ ଡାକି ନବୀନ କହିଥିଲେ ଓଡିଶାରେ ଶିଶୁ ମୃତ୍ୟୁହାର ଜାତୀୟ ହାରଠାରୁ ବେଶ୍ କମ୍ ।