ମହାନଦୀ ଉପରେ ଗୋଟିଏ ରାଜ୍ୟର ଏକଚାଟିଆ ଅଧିକାର ଚଳିବ ନାହିଁ : ମୁଖ୍ୟମନ୍ତ୍ରୀ

51

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସ୍ୱାଧୀନତା ଦିବସ ଅଭିଭାଷଣରେ ଛତିଶଗଡ ଆଡକୁ ଇସାରା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ବିଭିନ୍ନ ରାଜ୍ୟ ଦେଇ ଯାଉଥିବା ନଦୀ ଉପର କେବଳ ଗୋଟିଏ ରାଜ୍ୟ ନିଜର ଅଧିକାର ଜାହିର କରିବା ଉଚିତ୍ ନୁହେଁ। ଏହା ସଂଘିୟ ବ୍ୟବସ୍ଥା ବିରୋଧୀ । ମହାନଦୀ ଜଳବଂଟନ ସମସ୍ୟାର ସମାଧାନ ପାଇଁ ତାଙ୍କ ସରକାର ସବୁ ପ୍ରକାର ଚେଷ୍ଟା କରୁଛି ବୋଲି ନବୀନ କହିଛନ୍ତି ।

ତେବେ ମହାନଦୀ ବିବାଦ ନେଇ ଛତିଶଗଡରୁ ବିଜେଡି ଟିମ୍ ଫେରିବା ପରେ ଏହା ନବୀନଙ୍କ ପ୍ରଥମ ପ୍ରତିକ୍ରିୟା । ନବୀନଙ୍କ ମନ୍ତବ୍ୟରୁ ଅନୁମାନ କରାଯାଉଛି ଯେ ଛତିଶଗଡ ଗସ୍ତରେ ବିଜେଡି ଟିମ୍ ଏହା ହିଁ ଅନୁଭବ କରିଛି। ସେପଟେ ପିସିସି ସଭାପତି କହିଛନ୍ତି ଛତିଶଗଡ ସହ ଓଡିଶା ସରକାରଙ୍କ ଭିତିରି ସାଲିସ ହୋଇଛି।