ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋଙ୍କ ମାଷ୍ଟରଷ୍ଟ୍ରୋକ୍ ! ଦୁରୁଆ ଜନଜାତିଙ୍କୁ ଦେବେ ଆଦିବାସୀ ମାନ୍ୟତା, ପୂରଣ ହେବ ୪୦ ବର୍ଷର ଦାବି

181

କନକ ବ୍ୟୁରୋ : ଆଦିବାସୀ ମାନ୍ୟତା ନ ମିଳିଲେ ଭୋଟ ଦେବୁନି । ଏମିତି ଚେତାଇ ଦେଇଛନ୍ତି କୋରାପୁଟର ଦୁରୁଆ ଜନଜାତି । ସେମାନେ ଭୋଟ ବର୍ଜନ କଲେ ପ୍ରଭାବିତ ହେବ ଗୋଟିଏ ଲୋକସଭା ଓ ୩ ଟି ବିଧାନସଭା ଆସନ । ଦୁରୁଆ ଜନଜାତିକୁ ନେଇ ବିଜେପି ଓ କଂଗ୍ରେସ ରାଜନୀତି କରୁଥିବା ବେଳେ ମାଷ୍ଟର ଷ୍ଟ୍ରୋକ ଖୋଳିଛନ୍ତି ବିଜେଡି ସୁପ୍ରିମୋ । ଦୁରୁଆଙ୍କ ପାଇଁ ନବୀନଙ୍କ ଆଦିବାସୀ କାର୍ଡ଼ । ବିଜେପି କହିଲା କାଗଜ କଲମରେ ହେବ ନାହିଁ, କରି ଦେଖାଅ । ନବୀନଙ୍କ ଆଦିବାସୀ କାର୍ଡ଼କୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସ୍ୱାଗତ କରିବା ସହ ଖାଲି କାଗଜ କଲମରେ ନୁହେଁ, ବରଂ କାମରେ କରି ଦେଖାଅ ବୋଲି କହିଛନ୍ତି ।

ଆସୁଛି ନିର୍ବାଚନ, ମନେ ପଡ଼ୁଛି ଆଦିବାସୀଙ୍କ ସମସ୍ୟା ସମାଧାନର କଥା । କିଏ ବିକାଶର କଥା କହୁଛି ତ କିଏ ସରକାର ଗଢ଼ିଲେ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତିର ପାହାଡ ଠିଆ କରୁଛନ୍ତି । ୪୦ ବର୍ଷ ଧରି ଆଦିବାସୀ ମାନ୍ୟତା ପାଇଁ ଦାବି କରି ଆସୁଥିବା ଦୁରୁଆ ଜନଜାତିଙ୍କୁ ନେଇ ବିଜେପି ଓ କଂଗ୍ରେସର ମେଳି କରୁଥିବା ବେଳେ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି ବିଜେଡି ସୁପ୍ରିମୋ ନବୀନପଟ୍ଟନାୟକ । ଦୁରୁଆ ଜନଜାତିଙ୍କୁ ଅନ୍ୟମାନଙ୍କ ପରି ସୁବିଧା ସୁଯୋଗ ମିଳିବ, ସେମାନଙ୍କ ପିଲାମାନେ ସ୍କୁଲରେ ପାଠ ପଢ଼ିପାରିବେ, ଆଦିବାସୀ ମାନ୍ୟତା ପାଇଁ ସବୁ କିଛି କାମ ସରିଛି । ଆଗାମୀ ଦିନରେ ପ୍ରମଣା ପତ୍ର ମିଳିଯିବ ବୋଲି କହିଛନ୍ତି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କହିଛନ୍ତି ।

ନବରଂଗପୁର ଲୋକସଭା ଆସନରେ ୬୦ ହଜାର ଦୁରୁଆ ଜନଜାତି ଭୋଟର ଅଛନ୍ତି । କୋରାପୁଟ ଜିଲ୍ଲା କୋଟପାଡ ନିର୍ବାଚନ ମଣ୍ଡଳୀରେ ୨୦ ହଜାର ଦୁରୁଆ ଜନଜାତି ଭୋଟର ମତଦାନ କରନ୍ତି । ସେହିପରି ମାଲକାନଗିିରି ଜିଲ୍ଲାର ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନରେ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାନ୍ତି ଏହି ଜନଜାତିର ଭୋଟର । ହେଲେ ଏହି ଜନଜାତିଙ୍କୁ ଜଙ୍ଗଲ ଜମି୍ ପଟ୍ଟା ମିଳୁଥିବା ବେଳେ ଆଦିବାସୀ ପ୍ରମାଣ ପତ୍ର ମିଳିନାହିଁ । ୪୦ ବର୍ଷ ହେଲା ଆଦିବାସୀ ପ୍ରମାଣପତ୍ର ପାଇଁ ଦାବି କରିବା ପରେ ଚଳିତବର୍ଷ ନିର୍ବାଚନ ବର୍ଜନ ନିଷ୍ପତି ନେଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ଆଦିବାସୀ କାର୍ଡକୁ ନେଇ ଖୁସି ଜାହିର କରିଛନ୍ତି । ଆଦିମ ଜନଜାତିଙ୍କୁ ଆପଣାଇାବା ପାଇଁ ବିଜେଡ଼ି ପକ୍ଷରୁ ଆଦିବାସୀ ସମାବେଶର ଆୟୋଜନ କରାଯାଉଛି । ନାଚ ଗୀତ କରି ନବୀନ ସରକାରଙ୍କ ବିକାଶ ବଖାଣୁଛନ୍ତି ନୃତ୍ୟଶିଳ୍ପୀ ।