ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ : କନ୍ଧମାଳ ଗୁଳିକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏସଆଇଟି ତଦନ୍ତ ଦାବିକୁ ଗ୍ରହଣ କଲେ ସରକାର । ଆଜି ସଚିବାଳୟରେ କନ୍ଧମାଳ ଘଟଣାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ତଦନ୍ତ ପାଇଁ ଏଚଆରପିସି ଅଧିନରେ ଏସଆଇଟି ଗଠନ କରାଯାଇଛି । ଏଡିଜି ପାହ୍ୟାର ଜଣେ ଅଧିକାରୀ ଏହାର ତଦନ୍ତ କରିବେ । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟ ସଚିବ, ଗୃହ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରିଥିଲେ ନବୀନ । ଘଟଣା ପାଇଁ ପୋଲିସ ଡିଜିଙ୍କୁ ତାଗିଦ  କରିଛନ୍ତି ମୁଖ୍ୟମନ୍ତ୍ରୀ । ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତି ନହୁଏ ସେନେଇ ଦୃଷ୍ଟି ଦେବାକୁ ନିର୍ଦେଶ ଦେଇଛନ୍ତି ।