ଆଜି ବସୁଛି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ : ପ୍ରଥମ ଥର ପାଇଁ ଗୋଟାଏ ଛାତ ତଳେ ବସିବେ ବିଜେଡିର ମୁଖିଆଙ୍କ ସହ ତୃଣମୂଳ ସ୍ତରର କର୍ମୀ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ବସୁଛି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ । ପ୍ରଥମ ଥର ପାଇଁ ଗୋଟାଏ ଛାତ ତଳେ ବସିବେ ବିଜେଡିର ମୁଖିଆଙ୍କ ସହ ତୃଣମୂଳ ସ୍ତରର କର୍ମୀ । ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଜରିଆରେ କେନ୍ଦ୍ର ଅବହେଳାକୁ ଟାର୍ଗେଟ୍ କରିବ ଦଳ । ବିଶେଷ କରି ମହାନଦୀକୁ ନେଇ ଛତିିଶଗଡର ଆଭିମୁଖ୍ୟ, କିରୋସିନ କୋଟା ହ୍ରାସ, କୃଷି ଅନୁଦାନ କମ୍ ଭଳି ପ୍ରସଙ୍ଗରେ କିପରି କେନ୍ଦ୍ର ସରକାରଙ୍କୁ ଗାଁରୁ ସହର ଯାଏ ଘେରିବ ଦଳ, ସେ ନେଇ ଟିପସ୍ ଦେବେ ଦଳୀୟ ସଭାପତି ନବୀନ ପଟ୍ଟନାୟକ । ରାଜ୍ୟବ୍ୟାପୀ କେନ୍ଦ୍ର ଅବହେଳା ନେଇ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି କରିବ ବିଜୁ ଜନତା ଦଳ । ସେପଟେ ନବୀନଙ୍କ ଏହି ଷ୍ଟାଟେଜିକୁ ଭୟର ନାଁ ଦେଇଛନ୍ତି ବିରୋଧୀ । ଦୁର୍ନୀତି ଉପରେ ପରଦା ପକାଇବାକୁ ଶାସକ ଦଳ କେନ୍ଦ୍ର ଅବହେଳାରୁ ପୁରୁଣା ଟେପ୍ ବଜାଉଛି ବୋଲି ବିରୋଧୀ ପାଲଟା ଅଭିଯୋଗ କରିଛନ୍ତି ।