ନବୀନ ଜଣେ ଭଲ ମଣିଷ : ଡ୍ରିମ୍ ଗର୍ଲ ହେମାମାଳିନୀ

30

କନକ ବ୍ୟୁରୋ : ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଭଲ ମଣିଷ । ଏଭଳି ମନ୍ତବ୍ୟ ଦେଇଛନ୍ତି ଶୋଲେର ବସନ୍ତି ହେମାମାଳିନୀ । ଏହା ସହ ସେ କହିଛନ୍ତି ବିକାଶ ପାଇଁ ବିଜେପି ଆବଶ୍ୟକ । ଉତର ପ୍ରଦେଶରେ ବିକାଶର ଧାରା ଆରମ୍ଭ ହୋଇ ସାରିଛି । ତାଙ୍କ ଇଚ୍ଛା ଓଡିଶାରେ ମଧ୍ୟ ତାହା ଆରମ୍ଭ ହେଉ । ଏକ ବ୍ୟବସାୟୀକ କାର୍ଯ୍ୟକ୍ରମ ପାଇଁ ବଲିଉଡ୍ ଡ୍ରିମଗର୍ଲ ତଥା ବିଜେପି ସାଂସଦ ହେମାମାଳିନୀ ଆଜି ଭୁବନେଶ୍ୱର ଆସିଥିଲେ । ଏହି ଅବସରରେ ଓଡିଶା ବିଜେପି ଦଖଲ କରୁ ବୋଲି ଆଶା ପ୍ରକାଶ କରିଥିଲେ ।