ମୁଖ୍ୟମନ୍ତ୍ରୀଙ୍କ ଫେସବୁକ୍ ପେଜରେ ଓଡିଆ ଭାଷା

76

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫେସବୁକ୍ ପେଜରେ ଏବେ ଦେଖିବାକୁ ମିଳିବ ଓଡିଆ ଭାଷାରେ ଲେଖାଥିବା ପୋଷ୍ଟ । ଗତ ୨ତାରିଖରେ ମୁଖ୍ୟମନ୍ତ୍ରୀ ବିଶ୍ୱର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ଫେସବୁକରେ ସାମିଲ ହୋଇଥିଲେ । ନବୀନଙ୍କ ଫେସବୁକ୍ ପେଜ୍ ପ୍ରଥମ ଦିନରେ ୪୦ହଜାରରୁ ଉଦ୍ଧ୍ୱର୍ ଲାଇକ ପାଇଥିବାର ଦାବୀ କରିଥିଲା ତାଙ୍କ କାର୍ଯ୍ୟାଳୟ । ତେବେ ଓଡିଆରେ ପୋଷ୍ଟିଂ ହେଲା ପରେ ତାଙ୍କ ଫଲୋରଙ୍କ ସଂଖ୍ୟା ବୃଦ୍ଧି ହେବା ସହ ସାଧାରଣ ଲୋକଙ୍କ ମଧ୍ୟରେ ତାହା ଆଦୃତ ହୋଇପାରିବ ବୋଲି ବିଜେଡି ଆଶା କରୁଛି ।