ସୋସିଆଲ ମିଡିଆରେ ନବୀନଙ୍କ ସେକେଣ୍ଡ୍ ଇନିଙ୍ଗସ୍ : ଟ୍ୱିଟର ପରେ ଆସିଲେ ଫେସବୁକକୁ

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଟ୍ୱିଟର ପରେ ଫେସବୁକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କ ଆହୁରି ନିକଟତର ହେବାକୁ ସର୍ବାଧିକ ଲୋକପ୍ରିୟ ସୋସିଆଲ ନେଟୱାର୍କିଂ ସାଇଟ ଫେସବୁକରେ ନିଜସ୍ୱ ଏକାଉଂଟ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କୁ ସୁଶାସନ ଓ ଉତମ ସେବା ଯୋଗାଇ ଦେବା ପାଇଁ ସିଧାସଳଖ ମତାମତ ଗ୍ରହଣ କରିବେ ନବୀନ । ଫେବ୍ରୁଆରୀ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଫେସବୁକ ଏକାଉଂଟ ଖୋଲାଯାଇଥିବାବେଳେ ଏବେ ନବୀନ ନିଜେ ଖୋଲିଛନ୍ତି ଏକାଉଂଟ । ଆଉ ଏହାରି ଭିତରେ ୫ ହଜାରରୁ ଅଧିକ ଫଲୋଅର ନବୀନଙ୍କୁ ଫେସବୁକରେ ଫଲୋ କରିଛନ୍ତି । ସେହିପରି ୪୦ ହଜାର ୫ଶହରୁ ଅଧିକ ଲୋକ ତାଙ୍କ ଫେସବୁକ ପେଜକୁ ଲାଇକ କରିଛନ୍ତି । ଆକାଉଂଟ ଖୋଲିବା ପରେ ନବୀନ, ବଡଦାଣ୍ଡରେ ତିନିରଥର ଫଟୋ ପୋଷ୍ଟ କରିବା ସହ ‘ଜୟ ଜଗନ୍ନାଥ‘ ବୋଲି ଲେଖିଛନ୍ତି । ସେହିପରି ଟାଇମଲାଇନରେ ରହିଛି ସ୍କୁଲ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଉପହାର ଦେଉଥିବାର ଫଟୋ ।