ନଗଡାକୁ ୨ଟି ରାସ୍ତା ନିର୍ମାଣ ହେବ : ମୁଖ୍ୟମନ୍ତ୍ରୀ

20

ଢେଙ୍କାନାଳ : ପୁଷ୍ଟିହୀନତା ଯୋଗୁଁ ନଗଡା ଶିଶୁ ମୃତ୍ୟୁ ଘଟଣାକୁ ନେଇ ଏବେ ରାଜ୍ୟ ସରକାରଙ୍କ ନିଦ ଭାଗିଂଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ନଗଡାକୁ ୨ଟି ରାସ୍ତା ନିର୍ମାଣ ହେବ । ଢେଙ୍କାନାଳ ଏବଂ କେଉଁଝର ସୀମାନ୍ତ ରେକୁଟି ଫରେଷ୍ଟ ଫାଟକ ଠାରୁ ନଗଡାକୁ ବାଟ ଫିଟିବ । ଏଥିଲାଗି ଢେଙ୍କାନାଳର ଏକୁଲସେକୁରେ ପଲ୍ଲୀସଭା କରାଯାଇଛି । ପ୍ରଥମ ଥର ପାଇଁ ଆଦିବାସୀମାନେ ପଲ୍ଲିସଭାରେ ସରକାରୀ ବାବୁଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ବନବିଭାଗ ଅଧିକାରୀ ଓ ଆରଡି କାମାକ୍ଷାନଗରର ଅଧିକାରୀମାନେ ସାମିଲ ହୋଇଥିଲେ ।