ପୋଲାଭରମ ପ୍ରକଳ୍ପ ବିରୋଧରେ ଓଡ଼ିଶା ସହ ସ୍ୱର ମିଳାଇଲା ତେଳେଙ୍ଗାନା ! ନବୀନଙ୍କ ସହ ଆଲୋଚନା ପରେ ଆନ୍ଧ୍ରକୁ କଲା ବିରୋଧ

41

କନକ ବ୍ୟୁରୋ : ପୁଣି ଆରମ୍ଭ ହେଲା ପୋଲାଭରମ ରାଜନୀତି । ଗତ କାଲି ତେଲେଙ୍ଗାନା ଉପ-ମୁଖ୍ୟମନ୍ତ୍ରୀ କେ. ଶ୍ରୀହରି, ନବୀନ ପଟ୍ଟନାୟକଙ୍କୁ ଭେଟି ପୋଲାଭରମ ପ୍ରସଙ୍ଗରେ ଓଡିଶାର ଦାବୀକୁ ସମର୍ଥନ କରିବା ପରେ ଆରମ୍ଭ ହୋଇଯାଇଛି ତର୍କ ବିତର୍କ । ବିଜେପି ପୋଲାଭରମକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇବା ସହ ଚାଷୀ ପ୍ରସଙ୍ଗରୁ ସମସ୍ତଙ୍କ ନଜର ହଟାଇବାକୁ ବିଜେଡି ପୋଲାଭରମକୁ ଗଳାବାଟ କରିଛି ବୋଲି ଅଭିଯୋଗ କରିଛି । ଠିକ୍ ସେହିଭଳି କଂଗ୍ରେସ ମଧ୍ୟ ବିଜେଡିକୁ ଘେରିଛି । କଂଗ୍ରେସ କହିଛି, ପୋଲାଭରମ ପ୍ରସଙ୍ଗରେ ତେଲେଙ୍ଗାନା ସମର୍ଥନ କରିଛି ସତ କିନ୍ତୁ ,ଥିରେ ଉତଫୁଲିତ ହେବାର କିଛି ନାହିଁ । ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚରାଧୀନ ଅଛି ତେଣୁ ବେଶି ଉତଫିୁଲତ ନ ହେବାକୁ ପରାମର୍ଶ ଦେଇଛି କଂଗ୍ରେସ । । ଅନ୍ୟପଟେ ବିଜେଡି କହିଛି ତେଲେଙ୍ଗାନା ଓଡିଶା ଦାବୀକୁ ସମର୍ଥନ ଦେବାରେ କିଛି ଅସୁବିଧା ନାହିଁ ।