ନବୀନଙ୍କ ବିରୋଧରେ ବିଦ୍ରୋହ ! ସାଂସଦ ଦେଲେ ୪୪୦ ଭୋଲଟର ଝଟକା

58

କନକ ବ୍ୟୁରୋ : ଆଜି ସଂସଦ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ନବୀନ ଯାଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ । କିନ୍ତୁ କୌଣସି ସାଂସଦଙ୍କ ଦେଖା ମିଳି ନଥିଲା । ଆଉ ନବୀନ ସଂସଦ ଭବନ ପରିସରରେ କିଛି ଅଧିକାରୀଙ୍କ ସହ ଏକା ଏକା ଚାଲି ଚାଲିଯାଉଥିଲେ । ଆଜିର ଆଉ ଏକ ଘଟଣାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ମହାନଦୀ ବିବାଦକୁ ନେଇ ଆଜି ସଂସଦ ଭବନ ପରିସରରେ ବିଜେଡି ପ୍ରତିବାଦ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଶେଷ ମୁହୂର୍ତରେ କାର୍ଯ୍ୟକ୍ରମ ବାତିଲ ହୋଇଗଲା ।

କୁହାଯାଉଛି, ସାଂସଦ କୁଆଡେ ନବୀନଙ୍କୁ ଧରାଛୁଆଁ ଦେଇନଥିଲେ । ଯିଏ ଯୁଆଡେ ପାରିଥିଲେ ନବୀନଙ୍କ ଦୃଷ୍ଟିରୁ ବଂଚିବାକୁ ଉଦ୍ୟମ କରିଥିଲେ । ବିଜେପିର ଶକ୍ତିବୃଦ୍ଧି ହେଉଥିବା ବେଳେ ଗୋଟିଏ ଗୋଷ୍ଠୀ ଚିନ୍ତା କରୁଛି, ଓଡିଶାରେ ଭାଜପାର ଭବିଷ୍ୟତ ଅଛି । ତେଣୁ ମୋଦିଙ୍କ ବକ୍ରଦୃଷ୍ଟିକୁ ଆସିବାକୁ ନାରାଜ ବିଜେଡି ନେତା ।

ଲୋକସଭାରେ ୨୦, ରାଜ୍ୟସଭାରେ ୯ ସାଂସଦ । ନବୀନଙ୍କ ପାଦ ସଂସଦରେ ପଡିଲେ ନେତା ଲମ୍ବା ଲାଇନ ଲଗାଉଥିଲେ । ଆଗରେ ପଛରେ ଛାଇଯାଉଥିଲେ । ସୁପ୍ରିମୋଙ୍କ ପାଖରେ ପହଂଚିବାକୁ ଲାଗୁଥିଲା ରେସ୍ । ମାତ୍ର ସଂସଦରେ ନେତା ଥାଇ ନବୀନଙ୍କ ପାଖକୁ ନଯିବା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।