କଲମା ବ୍ୟାରେଜରୁ ପାଣି ଛାଡ଼ିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ୍

33

କନକ ବ୍ୟୁରୋ : ପାଣି ଛାଡ଼ିବାକୁ ଚିଠି ଲେଖିଲେ ନବୀନ । ଓଡ଼ିଶାର ତଳମୁଣ୍ଡରେ ଜଳ ସଂକଟକୁ ଦୃଷ୍ଟିରେ କଲମା ବ୍ୟାରେଜରୁ ପାଣି ଛାଡ଼ିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ । କଲମା ବ୍ୟାରେଜର ଗେଟ୍ ବନ୍ଦ ହୋଇଯିବା ଫଳରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼ ଏବଂ ଝାରସୁଗଡ଼ା ଜିଲ୍ଲାରେ ଜଳ ସଂକଟ ଦେଖାଦେଇଥିବା ଏହି ଚିଠିରେ ଜଣାଇଛନ୍ତି ।

ଛତିଶଗଡ଼ ଏକ ତରଫା ଭାବରେ ପାଣି ଛାଡ଼ିବା ବନ୍ଦ କରିଥିବା ଏଥିରେ ଉଲ୍ଲେଖ କରିଛନ୍ତି । କଲମା ବ୍ୟାରେଜ୍ ସମେତ ୬ଟି ବ୍ୟାରେଜ୍ ନେଇ ସୁପ୍ରିମକୋର୍ଟ ଯାଇଛି ଓଡିଶା । ମାମଲା କୋର୍ଟରେ ବିଚରାଧିନ ଥିବାରୁ ଜଳ ପ୍ରବାହରେ ସ୍ଥିତାବସ୍ଥା ବଜାର ରଖିବାକୁ ଅନୁରୋଧ କରିଛନ୍ତି ନବୀନ ।