ନବୀନଙ୍କ ଆଜି ମାରାଥନ ରୋଡ ସୋ : ଆସ୍କା ଲୋକସଭା ନିର୍ବାଚନଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରୋଡ ସୋ କରିବେ ବିଜେଡି ସୁପ୍ରିମୋ

119

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମିଲାଣି ପ୍ରଚାର । ଆସନ୍ତା ୧୮ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୫ଟି ଲୋକସଭା ୩୫ଟି ବିଧାନସଭା ଆସନ ପାଇଁ ହେବ ଭୋଟ୍ ଗ୍ରହଣ । ଏହି ପର୍ଯ୍ୟାୟରେ ହେବାକୁ ଥିବା ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, ଆସ୍କା, ଓ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ହେବ ନିର୍ବାଚନ । ଏହି କ୍ରମରେ ଆଜି ଆସ୍କା ନିର୍ବାଚନ ମଣ୍ଡଳୀରେ ମାରାଥନ ନିର୍ବାଚନୀ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାନଖେମୁଣ୍ଡି, ସେରଗଡ, ହିଞ୍ଜିଳିରେ ରୋଡ ସୋ କରିବେ ନବୀନ ।

ସୁନ୍ଦରଗଡରେ ବି ଜମିଲାଣି ନିର୍ବାଚନୀ ପ୍ରଚାର । ୨୦୧୪ ନିର୍ବାଚନରେ ରାଜ୍ୟର ୨୧ଟି ଆସନ ମଧ୍ୟରୁ ୨୦ଟି ବିଜେଡି ଦଖଲ କରିଥିବାବେଳେ କେବଳ ସୁନ୍ଦରଗଡ ଆସନ ବିଜେପି ଖାତାକୁ ଯାଇଥିଲା । କିନ୍ତୁ ଚଳିତ ନିର୍ବାଚନରେ ସୁନ୍ଦରଗଡ ଆସନରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଆକଳନ କରାଯାଉଛି । ବିଜେଡିରୁ ସୁନୀତା ବିଶ୍ୱାଳ, ବିଜେପିରୁ ଜୁଏଲ ଓରାମ ଓ କଂଗ୍ରେସରୁ ଜର୍ଜ ତିର୍କୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ନେତାମାନେ ନିଜ ନିଜ ସମର୍ଥକଙ୍କୁ ଧରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ।