ବିଜେଡିର ଉତ୍ତର ଓଡିଶା ମିଶନ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୟୁରଭଂଜ ଓ କେନ୍ଦୁଝର ଗସ୍ତ

134

କନକ ବ୍ୟୁରୋ: ବିଜେଡିର ଉତ୍ତର ଓଡିଶା ମିଶନ । ଆଜି କେନ୍ଦୁଝର ଓ ମୟୁରଭଞ୍ଜ ଗସ୍ତରେ ଯାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବାହ୍ନ ୧୦ଟା ୪୦ରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲା ରାଇସୁଆଁ ଏୟାରଷ୍ଟ୍ରିପରେ ପହଞ୍ଚି ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଯିବେ। ୧୧ଟା ୧୫ରେ ମହୁଲଡିହା ପଡିଆରେ ରାଇରଙ୍ଗପୁର ମିଶନଶକ୍ତି ପକ୍ଷରୁ ଆୟୋଜିତ ସମାବେଶରେ ସେ ଯୋଗଦେବେ। ସେଠାରୁ ୧୨ଟାରେ ବାହାରି କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପଣ୍ଡାପଡାରେ ସାଢେ ୧୨ଟାରେ ପହଞ୍ଚିବେ। ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର‌୍ୟ୍ୟର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର‌୍ୟ୍ୟକ୍ରମ ରହିଛି।

ତେବେ ମୟୁରଭଞ୍ଜ ରାଇରଙ୍ଗପୁର ଓ କରଞ୍ଜିଆ ପାଇଁ ମୁଖ୍ୟମନ୍ତ୍ରୀ ହଜାରେ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିବେ । ଏଥିରେ ୪୫ କୋଟି ଟଙ୍କାର ନିର୍ମିତ ୨୧ଟି ଜନହିତକାର ପ୍ରକଳ୍ପର ଉଦଘାଟନ ଓ ୯୬୦.୩୪ କୋଟିର ଟଙ୍କାର ୧୫ଟି ଜନହିତକାର ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ।

 

ଏହା ସହ ରାଇରଙ୍ଗପୁରରେ ଆୟୋଜିତ ମିଶନ ଶକ୍ତି ସମାରୋହରେ ଯୋଗଦେବେ । ଏହି ସମାବେଶରେ ମହିଳା ସ୍ୱଂୟସହାୟକ ଗୋଷ୍ଠୀଙ୍କୁ ସହାୟତା ଦିଆଯିବ । ଏହା ସହ ସମାବେଶକୁ ଉଦବୋଧନ ବି ଦେବେ ମୁଖ୍ୟମନ୍ତ୍ରୀ । ଏହାଛଡା କେନ୍ଦୁଝରର ପଣ୍ଡାପଡାରେ ଚାଷୀ ମହାସମାବେଶରେ ବି ମୁଖ୍ୟମନ୍ତ୍ରୀ ସାମିଲ ହେବେ ।