ଫେଲ୍ ପରେ ଫତୁଆ ! ପଂଚାୟତ ଫଳକୁ ନେଇ ବିବ୍ରତ ନବୀନଙ୍କ ଚରମବାଣୀ

20

କନକ ବ୍ୟୁରୋ : ହାତରୁ ଖସିଗଲା ୨୦୦ ଆସନ । ବିଧାୟକ ମନ୍ତ୍ରୀ ପରସ୍ପର ବିରୋଧରେ କାମ କରି ଦଳ ବିରୋଧରେ ପ୍ରାର୍ଥୀ ଦେଲେ । ନିଜ ସ୍ୱାର୍ଥ ପାଇଁ କାମ କରି ବିଜେଡିର ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଲେ । ପଂଚାୟତ ଫଳ ନବୀନଙ୍କୁ ଏତେ ବ୍ୟତିବ୍ୟସ୍ତ କରିଥିଲା ଯେ, ବିଧାୟକଙ୍କୁ ଦେଖୁ ଦେଖୁ ଚରମବାଣୀ ଶୁଣାଇଦେଲେ । ବିପର୍ଯ୍ୟୟ ପାଇଁ ଦାୟୀ ନେତାଙ୍କ ନାଁ ନେଲେନି, ହେଲେ କହିଲେ, କିଛି ଜିଲ୍ଲାରେ ଦଳ ଅତି ଖରାପ ପ୍ରଦର୍ଶନ କରିଛି । ଯାହାର ସମୀକ୍ଷା ହେବ ।

ବିଧାୟକଙ୍କର ପ୍ରଦର୍ଶନର ମାପକାଠି ଥିଲା ଭୋଟ୍ । ଯେଉଁମାନେ ଖରାପ ପ୍ରଦର୍ଶନ କରିଛନ୍ତି, ସେମାନଙ୍କୁ ନାଲି ଆଖି ଦେଖାଇଛନ୍ତି ନବୀନ । ପରୋକ୍ଷରେ କହିଦେଲେ, ୨୦୧୯ରେ ଟିକେଟ ପାଇବାକୁ ହେଲେ ଗାଁକୁ ଯାଇ କାମ କର । ତେବେ ବଡ କଥା ହେଉଛି, ଦଳର ଖରାପ ପ୍ରଦର୍ଶନ ପାଇଁ ବିଧାୟକଙ୍କ ଆସ୍ପର୍ଦ୍ଧାକୁ ନବୀନ ଦାୟୀ କରିଛନ୍ତି । ମାନିଛନ୍ତି, ନେତା ଲୋକଙ୍କଠାରୁ ଦୂରେଇ ଗଲେ, ଯେଉଁଥିପାଇଁ ଫଳ ଦଳ ବିରୋଧରେ ଗଲା । ଫେଲ ପରେ ଏବେ ନବୀନଙ୍କ ପତୁଆକୁ ନେଇ ନେତାଙ୍କ ଭିତରେ ଭାଳେଣୀ ।