ଆକ୍ରମଣ ପରେ ଆଇସିୟୁରେ ଭର୍ତ୍ତି ହେଲେ ବିଜେଡି ପ୍ରାର୍ଥୀ ! ଅନନ୍ତ ଜେନାଙ୍କୁ ଆକ୍ରମଣ ପରେ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ

978

କନକ ବ୍ୟୁରୋ : ଗତକାଲି ହୋଇଥିବା ଆକ୍ରମଣରେ ବିଜେଡ଼ି ପ୍ରାର୍ଥୀ ଅନନ୍ତ ଜେନାଙ୍କ ଅବସ୍ଥା ଗୁରୁତର ହୋଇଛି । ଗତକାଲି ନିର୍ବାଚନୀ ପୂର୍ବରୁ ଭୁବନେଶ୍ୱର ଝାରପଡ଼ା କେନାଲ ରୋଡ୍ ନିକଟରେ ଅନନ୍ତ ନାରାୟଣ ଜେନାଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଥିଲା । ଅନନ୍ତ ତାଙ୍କ ସମର୍ଥକଙ୍କ ସହ କାରରେ ଯାଉଥିବା ବେଳେ ବୋମାମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ବିଜେଡି ପ୍ରାର୍ଥୀ ଅନନ୍ତ ଜେନାଙ୍କ ଗାଡି କାଚ ଭାଙ୍ଗିବା ସହ ସେ ଆହତ ହୋଇଛନ୍ତି ।

ଅନନ୍ତଙ୍କ ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି । କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । ଭୁବନେଶ୍ୱର ମଧ୍ୟ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଆକ୍ରମଣ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ସାକ୍ଷାତ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ଅନନ୍ତଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ନବୀନ ପଟ୍ଟନାୟକ ।