ସଂସଦୀୟ ଦଳ ବୈଠକରେ ସାଂସଦଙ୍କୁ ତାଗିଦ : ସଂସଦରେ ଉପସ୍ଥିତ ରହି ସମସ୍ୟା ଉଠାଇବାକୁ ନିର୍ଦ୍ଦେଶ ଦେଲେ ବିଜେଡ଼ି ସଭାପତି, ପ୍ରଶ୍ନୋତ୍ତରରେ ଭାଗ ନେଉଛନ୍ତି କି ନାହିଁ ହେବ ଟ୍ରାକିଂ 

302

କନକ ବ୍ୟୁରୋ : ସାଂସଦଙ୍କ ପ୍ରଦର୍ଶନ ଉପରେ ସୁପ୍ରିମୋଙ୍କ କଡ଼ା ନଜର । ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ସାଂସଦମାନେ ସଂସଦ ଭିତରେ କିପରି ଉଦ୍ୟମ କରୁଛନ୍ତି ତା’ଉପରେ ନଜର ରହିବ । ଏନେଇ ସମସ୍ତ ସାଂସଦଙ୍କୁ ତାଗିଦ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସଦରେ ଉପସ୍ଥିତ ରହି ଅଂଶଗ୍ରହଣ କରୁଛନ୍ତି କି ନାହିଁ ତା’ ଉପରେ ମଧ୍ୟରେ ନଜର ରହିବ । ପ୍ରଶ୍ନୋତ୍ତରରେ ଭାଗ ନେଉଛନ୍ତି କି , ତାହାର ଟ୍ରାକିଂ ହେବ । ଅନ୍ୟପଟେ ସଂସଦରେ ସମସ୍ତ ସାସଦ ଉପସ୍ଥିତ ରହି ସମସ୍ୟା ଉଠାଇବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଲୋକସଭାରେ କେମିତି ଅଛି ସାଂସଦଙ୍କ ପ୍ରଦର୍ଶନ ? କେଉଁ ସାଂସଦ ପ୍ରଶ୍ନତ୍ତୋରେ ସାମିଲ ହେଉଛନ୍ତି ? କେଉଁ ସାଂସଦ ସବୁଠୁ ପଛରେ  ? କେଉଁ ସାଂସଦ ସବୁଠାରୁ ଅଧିକ ବିତର୍କରେ ଭାଗ ନେଇଛନ୍ତି ? ଏବଂ କେଉଁ ସାଂସଦ ସବୁଠାରୁ ଅଧିକ ପ୍ରଶ୍ନ କରିଛନ୍ତି? ଏବଂ କିଏ ଲୋକସଭାରେ ଆଦୌ ସକ୍ରିୟ ନୁହନ୍ତି ? ତା’ଉପରେ ରହିବ ବିଜେଡ଼ି ସଭାପତିଙ୍କ ନଜର । ତେବେ ୨ ମାସ ଭିତରେ ପ୍ରଦର୍ଶନ ରିପୋର୍ଟ ଦେବାକୁ ସମସ୍ତ ସାଂସଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାଂସଦ ଓ ବିଧାୟକଙ୍କ ସମନ୍ୱୟ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ନବୀନ । ଏହାହସ ପ୍ରଦର୍ଶନକୁ କିପରି ଉତ୍ତମ କରାଯାଇପାରିବ ସେଥିପାଇଁ ପରାମର୍ଶ ଦେଇଛନ୍ତି ।

ଆମେ ସମସ୍ତେ ବିଜୁ ପରିବାରର ସଦଦ୍ୟ । ଓଡ଼ିଶା ଲୋକଙ୍କ ସ୍ୱାର୍ଥ ପାଇଁ ଆମେ ସଂସଦରେ ଦାବି କରୁଆସୁଛୁ । ଆଗକୁ ଏହି ପ୍ରଚେଷ୍ଟା ଜାରି ରହବ । ବର୍ତ୍ତମାନ ଟ୍ରାକିଂ ସିଷ୍ଟମ୍ ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ସାଂସଦ ନିଜ କାର୍ଯ୍ୟ ସୁଚାରୁରୂପେ ସମାପନ କରିବେ । ଏବଂ ଓଡ଼ିଶାର ନାର୍ଯ୍ୟ ଦାବିକୁ ସାଂସଦରେ ଉପସ୍ଥାପନ କରିବୁ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।