ନୋଟ ସଂକଟ ସମ୍ପର୍କରେ ମୋଦିଙ୍କୁ ଭେଟିଲେ ନବୀନ : ଭ୍ରାମ୍ୟମାଣ ବ୍ୟାଙ୍କ ସେବା ପାଇଁ ରଖିଲେ ଦାବି

56

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସକ୍ଷାତ କରିଛନ୍ତି । ବିମୁଦ୍ରାକରଣ ପ୍ରସଙ୍ଗରେ ମୋଦି ନେଇଥିବା ନିଷ୍ପତ୍ତି ସଂପର୍କରେ ଆଲୋଚନା କରିଛନ୍ତି ନବୀନ ।ପୂର୍ବରୁ ଏହି ନିଷ୍ପତ୍ତିକୁ ବଳିଷ୍ଠ ପଦକ୍ଷେପ ବୋଲି କହି ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ । ଏହି ନିଷ୍ପତ୍ତି ଦ୍ୱାରା ସାଧାରଣ ଲୋକଙ୍କ ସମସ୍ୟା ପ୍ରସଙ୍ଗରେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ, ପୂର୍ବରୁ ଏ ସଂପର୍କରେ ନବୀନ, ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଥିଲେ ।

ଏହା ସହ ମହାନଦୀ ବିବାଦରେ ବାରମ୍ବାର ବୈଠକ ଫେଲ୍‌ ମାରିବାପରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ମଧ୍ୟ ଚିଠି ଲେଖିଥିଲେ ।