ବିଜେଡି ଫୋକସରେ ନିର୍ମାଣ ଶ୍ରମିକ : ବିରୋଧୀଙ୍କ ସମାଲୋଚନା

35

କନକ ବ୍ୟୁରୋ : ବିଜେଡିର ଆଉ ଏକ ମାଷ୍ଟର ଷ୍ଟ୍ରୋକ୍ । ଟାର୍ଗେଟରେ ନିର୍ମାଣ ଶ୍ରମିକ । ନିର୍ମାଣ ଶ୍ରମିକଙ୍କୁ ଏଣିକି ମିିଳିବ ମାସିକ ପେନସନ । ୬୦ ବର୍ଷରୁ ଊଦ୍ଧ୍ୱର୍ ପଂଜୀକୃତ ଶ୍ରମିକଙ୍କୁ ମିଳିବ ମାସିକ ୩ ଶହ ଟଙ୍କା ଭତ୍ତା । ୮୦ ବର୍ଷରୁ ଊଦ୍ଧ୍ୱ ଶ୍ରମିକଙ୍କ ପାଇଁ ୫ ଶହ ଟଙ୍କା ଭତ୍ତା । ପୂର୍ବରୁ ନିର୍ମାଣ ଶ୍ରମିକଙ୍କ ପିଲାଙ୍କ ପଢ଼ା ପାଇଁ ସହାୟତା ମିଳୁଥିଲା । ସେହିଭଳି ପ୍ରସୂତୀକାଳୀନ ସହାୟତା, ଦୁରାରୋଗ୍ୟ ଚିକିତ୍ସା ସହ ପକ୍କା ଘର ପାଇଁ ବି ସହାୟତା ମିଳୁଥିଲା । ଏହି ଯୋଜନାକୁ ସଂପ୍ରସାରିତ କରାଯାଇ ଏବେ କୋଟିଏ ଶ୍ରମିକଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଛି ବୋର୍ଡ ।

ଆଗକୁ ପଂଚାୟତ ନିର୍ବାଚନ ଆସୁଥିବା ବେଳେ ବିଜେଡି ସରକାର ଗୋଟିଏ ପରେ ଗୋଟିଏ ସାମାଜିକ କଲ୍ୟାଣ ଯୋଜନା ହାତକୁ ନେଉଛି ବୋଲି ଚର୍ଚ୍ଚା ହେଉଛି । ତେବେ ନିର୍ମାଣ ଶ୍ରମିକ ବୋର୍ଡ ସେସ୍ ବାବଦରେ କୋଠାବାଡ଼ି ମାଲିକଙ୍କଠାରୁ ହଜାରେ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିବା ବେଳେ ୨୦୦ କୋଟି ଟଙ୍କା ବି ଖର୍ଚ୍ଚ କରିପାରିନାହିଁ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।

ନିର୍ମାଣ ଶ୍ରମିକଙ୍କ ପଂଜୀକରଣରେ ଚଂଚକତା ରୋକିବା ସହ ଏହାର ସୁଫଳ ପ୍ରକୃତ ଶ୍ରମିକଙ୍କ ପାଖରେ ପହଂଚାଇବାରେ ସରକାର କେତେ ଦୂର ସଫଳ ହେଉଛନ୍ତି ତାହା ଦେଖିବାକୁ ହେବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –