ଖୋର୍ଦ୍ଧାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଏସଏସଜି ଗ୍ରୁପକୁ ପ୍ରଦାନ କଲେ ସିଡ୍ ମନି

98

କନକ ବ୍ୟୁରୋ: ବ୍ରହ୍ମପୁରରେ ବୃହତ ଜାନିବିଲି ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିବା ପରେ ଖୋର୍ଧା ଜିଲ୍ଲାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୋଶାଳା ପଡିଆରେ ବିଶାଳ ସମାବେଶର ଆୟୋଜନ ହୋଇଛି । ଏହି ଅବସରରେ ହଜାର ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ମିଶନ ଶକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

୧୫ ହଜାର ଟଙ୍କାର ସିଡମନି , ୩ ହଜାର ଟଙ୍କାର ଡିଜିଟାଲ୍ ସଶକ୍ତିକରଣ ସହାୟତା, ବ୍ଲକ ସ୍ତରୀୟ ମହାସଂଘ ପାଇଁ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଏହି ମହାସମାବେଶରେ ଯୋଗ ଦାନ କରିଛନ୍ତି ।

ମହିଳାଙ୍କ ସଶକ୍ତିକରଣ ଦିଗରେ ରାଜ୍ୟରେ ମାଇଲଖୁଂଟ ସ୍ଥାପନ କରିଛି ମିଶନ ଶକ୍ତି । ମହିଳାଙ୍କୁ ଅଧିକ ସ୍ୱାବଲମ୍ୱୀ କରିବା ସହ ସଶକ୍ତ କରିବାକୁ ରାଜ୍ୟ ସରକାର ମିଶନ ଶକ୍ତି ଉପରେ ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.