‘ଦି ନ୍ୟୁ ଇଂଡିଆନ ଏକ୍ସପ୍ରେସ’ର ଲିଟେରାରି ଫେଷ୍ଟିଭାଲରେ ମୁଖ୍ୟମନ୍ତ୍ରୀ : କାହିଁକି ‘ଜୟ ଜଗନ୍ନାଥ‘ ଲେଖି ଟ୍ୱିଟ ଆରମ୍ଭ କରନ୍ତି ,କହିଲେ ନବୀନ ପଟ୍ଟନାୟକ

63

କନକ ବ୍ୟୁରୋ : ଭୁବନେଶ୍ୱରରେ ଆୟୋଜିତ ‘ଦି ନ୍ୟୁ ଇଂଡିଆନ ଏକ୍ସପ୍ରେସ’ର ଲିଟେରାରି ଫେଷ୍ଟିଭାଲର ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ।  କାହିଁକି ‘ଜୟ ଜଗନ୍ନାଥ‘ ଲେଖି ଟ୍ୱିଟ ଆରମ୍ଭ କରନ୍ତି ବୋଲି ପ୍ରଶ୍ନରେ ସେ କହିଥିଲେ ମୁଁ ଜଗନ୍ନାଥଙ୍କ ଭକ୍ତ । ମୋର ଜଗନ୍ନାଥଙ୍କ ପ୍ରତି ଅଗାଢ ବିଶ୍ୱାସ ରହିଛି । ଜଗନ୍ନାଥଙ୍କ ସହ ଓଡିଶାର ସାଂସ୍କୃତିକ ସମ୍ପର୍କ ରହିଛି ।

ଆଉ ମଧ୍ୟ ବିଜେଡି ମେଂଟ ସରକାର କରିବ କି ପ୍ରଶ୍ନ ବିଷୟରେ ଉତ୍ତର ରଖି ନବୀନ କହିଲେ ,୨୦୧୯ ନିର୍ବାଚନରେ କାହା ସହ କୌଣସି ମେଂଟ ହେବନି । ବିଜେପି ଓ କଂଗ୍ରେସ ସହ ସମଦୂରତା ବଜାୟ ରଖିବ ବିଜେଡି । ‘ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ’ର ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ଏଭଳି ଦମ୍ଭ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ୨୦୧୯ରେ ବିଜେଡି ପୂର୍ଣ୍ଣ ବହୁମତ ହାସଲ କରିବ । ଏହାଛଡା ଅମିତ ଶାହାଙ୍କ ୧୨୦ ଆସନ ଜିତିବା ଦମ୍ଭୋକ୍ତି ଉପରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି, ସେ ଏଭଳି ପରିସଂଖ୍ୟାନ ଉପରେ ବିଶ୍ୱାସ କରନ୍ତି ନାହିଁ । ସେ କହିଛନ୍ତି, ମୁଁ ସଂଖ୍ୟାରେ ବିଶ୍ୱାସ କରେ ନାହିଁ, ମୁଁ ବିଜୟରେ ବିଶ୍ୱାସ କରେ । ଆମେ ଲୋକଙ୍କ ପାଇଁ କାମ କରୁଛୁ, ଲୋକମାନେ ଆମକୁ ୨୦୧୯ରେ ବହୁମତ ହାସଲ କରିବୁ ।