ନିର୍ବାଚନୀ ପ୍ରଚାରରେ ବିଜେଡି ସୁପ୍ରିମୋ । ରାୟଗଡା ଓ ଗଜପତିରେ ପ୍ରଚାର । ରାଲି, ରୋଡ ସୋ ସହ ସାଧାରଣ ସଭାରେ ଯୋଗଦେଲେ ନବୀନ

129

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଓ ରାୟଗଡ଼ାରେ ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ରାୟଗଡ଼ାରେ ରାଲି ଓ ପ୍ରଚାର କରିବା ପରେ ନବୀନ ଗଜପତି ଯିବେ । ନବୀନ ରାୟଗଡ଼ା ଜିଲ୍ଲାର ଗୁଣୁପୁର, ବିଷମକଟକ ଓ ରାୟଗଡ଼ା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ । ଏହି ସମୟରେ ବିଜେଡି ସୁପ୍ରିମୋ ରାଲି ଓ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାୟଗଡ଼ାରେ ନିର୍ବାଚନ ପ୍ରଚାର ସାରି ନବୀନ ଅପରାହ୍ନରେ ଗଜପତିରେ ପହଂଚିବେ । ସେଠାରେ ସେ ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନୀ ପ୍ରଚାର କରିବେ । ରୋଡ୍ ସୋ କରିବା ସହ ନିର୍ବାଚନୀ ସଭାରେ ଉଦବୋଧନ ଦେବେ ନବୀନ ।