ପ୍ରଚାରର ଶେଷ ଦିନରେ ମୈଦାନକୁ ଓହ୍ଲାଇଲେ ବିଜେଡି ସୁପ୍ରିମୋ ! ହିଂଜିଳିକାଟୁରେ ପ୍ରଚାର ଆରମ୍ଭ କଲେ ନବୀନ

73

କନକ ବ୍ୟୁରୋ : ଆଜିଠାରୁ ପ୍ରଚାର ମୈଦନାକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜ ନିର୍ବାଚନ ମଣ୍ଡଳୀ ହିଂଜିଳିକାଟୁରୁ ମୁଖ୍ୟମନ୍ତ୍ରୀ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ହିଂଜିଳାକୁଟ ଅସ୍ଥାୟୀ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଓହ୍ଲାଇଛନ୍ତି । ସେଠାରୁ ମକରଝୋଳରୁ ପ୍ରଥମ ରୋଡ’ସୋ ଆରମ୍ଭ କରିଛନ୍ତି । ଏହା ପରେ ଶିକିରୀ, ଦୁର୍ବନ୍ଧ ଓ ଗଣ୍ଡଳା ଗାଁରେ ପ୍ରଚାର କରିବାକୁ ଯିବାର କାର୍ଯ୍ୟକ୍ରମ ରହିଛି । ଆଜି ଗୋଟିଏ ଦିନରେ ୩୩ଟି ରୋଡ ସୋ କରିବେ ନବୀନ । ୬ଟି ଜିଲ୍ଲା ପରିଷଦଙ୍କ ପାଇଁ ପ୍ରଚାର କରିବେ ନବୀନ ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :