ତୁମର ବୁଥ୍ ଆମର ୱାର୍ଡ ! ବିଜେଡିର ମୁକାବିଲା ଅଙ୍କ

38

କନକ ବ୍ୟୁରୋ : ବିଜେପିର ବୁଥ୍ ଦଖଲ ଉଦ୍ୟମକୁ ମାତ୍ ଦେବା ପାଇଁ ବିଜେଡି ଆରମ୍ଭ କରିଛି ୱାର୍ଡ ଦଖଲ ଅଭିଯାନ । ଆଉ ଏହି ଅଭିଯାନର ମଙ୍ଗ ଧରିଛନ୍ତି ବିଜେଡି ମୁଖିଆ । ଅମିତ ଶାହାଙ୍କ ୧୨୦ ଆସନର ଦମ୍ଭୋକ୍ତି ବିଜୁ ଜନତା ଦଳକୁ ମୁକାବିଲା ରଣନୀତି ପ୍ରସ୍ତୁତ କରିବାକୁ ବାଧ୍ୟ କରିଛି । ଆଉ ଆଜି ନିଜ ଜିଲ୍ଲାରୁ ଅଭିଯାନ ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୱାର୍ଡ ସ୍ତରରେ ଲୋକଙ୍କ ପାଖକୁ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେପିର ବୁଥ ଦଖଲ ଅଭିଯାନକୁ ମାତ୍ ଦେବା ପାଇଁ ମୈଦାନକୁ ଓହ୍ଲାଇଛନ୍ତି ଖୋଦ୍ ବିଜେଡି ମୁଖିଆ । ବହ୍ମପୁରରେ ୱାର୍ଡ ସ୍ତରରେ ପହଂଚି ଲୋକଙ୍କ ସହ ଆଲୋଚନା କରିଛନ୍ତି ନବୀନ । ଲୋକଙ୍କ ପାଖରେ ପହଂଚିବା ପାଇଁ ବିଜେପି ବୁଥ ଉପରେ ଫକୋସ୍ କରିଥିବା ବେଳେ, ବିଜେଡି ଆଉ ଗୋଟିଏ ପାଦେ ଆଗକୁ ଯାଇ ପହଂଚିଛି ୱାର୍ଡରେ । ପଂଚାୟତ ନିର୍ବାଚନର ସଫଳତାକୁ ପାଥେୟ କରି ବିଜେପି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ, ଜବାବରେ ମୁକାବିଲା ରଣନୀତି ଆପଣାଇଛି ବିଜୁ ଜନତା ଦଳ ।

ନିର୍ବାଚନର ଢ଼େର ପୂର୍ବରୁ ବିଜେଡି ଓ ବିଜେପିର ଏହି ପ୍ରସ୍ତୁତି ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି । ବୁଥ ଏବଂ ୱାର୍ଡ ଜରିଆରେ ଲୋକଙ୍କ ପାଖକୁ ଯିବା, ସୂଚାଇ ଦେଉଛି- ନିର୍ବାଚନ ମୁଡକୁ ଓହ୍ଲାଇ ଆସିଛି ଓଡ଼ିଶା ।
ଆଉ ଏସବୁ ଭିତରେ କୁହାଯାଉଛି, ଆଗୁଆ ନିର୍ବାଚନ ଦେଖିବାକୁ ଯାଉଛି ଓଡ଼ିଶା । ଏହି ସଂଭାବନାକୁ ଦୃଷ୍ଟିରେ ରଖି ଉଭୟ ବିଜେଡି ଓ ବିଜେପି, ପ୍ରସ୍ତୁତିରେ କୌଣସି ଉଣା ରଖିବାକୁ ଚାହୁଁ ନାହାଁନ୍ତି ।