ନବୀନ ନେବେନି ମୋଦିଙ୍କ ପାଣି : କହିଲେ ଅଭାବ ଅଛି, ହେଲେ ସଙ୍ଗୀନ ହୋଇନି

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା ସରକାର କହିଲେ ଦରକାର ନାହିଁ କେନ୍ଦ୍ରର ପାଣି । ଓଡିଶାରେ ସେଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ । ମହାରାଷ୍ଟ୍ରର ଲାଟୁର ଭଳି ଓଡିଶାକୁ ଟ୍ରେନ୍ ଯୋଗେ ପାଣି ଯୋଗାଇବା ପାଇଁ କେନ୍ଦ୍ର ରେଳମନ୍ତ୍ରାଳୟର ନିଷ୍ପତି ଉପରେ ଏହି ପ୍ରତିକ୍ରିୟା ରଖିଛନ୍ତି ଓଡିଶା ସରକାର । କେନ୍ଦ୍ର ରେଳ ମନ୍ତ୍ରାଳୟ ଓଡିଶା ସମେତ ରାଜସ୍ଥାନ, ଛତିଶଗଡ,ମଧ୍ୟପ୍ରଦେଶ , ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ସହ ୧୩ଟି ମରୁଡି ପ୍ରଭାବିତ ରାଜ୍ୟଗୁଡିକୁ ଟ୍ରେନ ଯୋଗେ ପାଣି ଯୋଗାଇବାକୁ ନିଷ୍ପତି ନେଇଛି । ସୂଚନା ଅନୁସାରେ ଏହି ନିଷ୍ପିତି ନେଇ ସଂପୃକ୍ତ ରାଜ୍ୟଗୁଡିକୁ ସର୍କୁଲାର ମଧ୍ୟ ଜାରି କରାଯିବ । କିନ୍ତୁ କେନ୍ଦ୍ରର ସର୍କୁଲାର ପୂର୍ବରୁ ମିଡିଆ ରିପୋର୍ଟ ଆଧାରରେ କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ଓଡିଶା ସରକାର ।