ନବୀନଙ୍କ ୪ର୍ଥ ପାଳିର ୩ ବର୍ଷ ପୂର୍ତି : ମନ୍ତ୍ରୀ ପରିଷଦ ବୈଠକରେ ମନ୍ତ୍ରୀ ଶାସନର ଟିପ୍ସ ଦେବେ ବିଜେଡି ସୁପ୍ରିମୋ

29

କନକ ବ୍ୟୁରୋ : ଆଜି ଅପରାହ୍ନରେ ରାଜ୍ୟ ମନ୍ତ୍ରୀପରିଷଦର ବୈଠକ ବସିବ । ୪ର୍ଥ ପାଳିର ୩ ବର୍ଷ ପୂର୍ତି ଅବସରରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ଟିପ୍ସ ଦେବେ । ମନ୍ତ୍ରୀଙ୍କୁ ଶାସନର ମନ୍ତ୍ର ଦେବେ ବିଜେଡି ସୁପ୍ରିମୋ । ଏହାଛଡା କେତେ ନୂଆ ଯୋଜନା ବିଷୟରେ ମନ୍ତ୍ରୀପରିଷଦ ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି । ନିର୍ବାଚନୀ ଇସ୍ତାହାରରେ ବିଜେଡି ଦେଇଥିବା ପ୍ରତିଶ୍ର୍ରୁତି କାର୍ଯ୍ୟକାରୀ  କରିବାକୁ ବି ନିଷ୍ପତି ହୋଇଥିଲା । ତେଣୁ ଏ ନେଇ ଆଜି ମନ୍ତ୍ରୀପରିଷଦ ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି ।