ମୁହଁ ଖୋଲିଲେ ନବୀନ ! କହିଲେ, ବିଜେପି ଧିରେ ଧିରେ ବୁଡିବାରେ ଲାଗିଛି, ଉପନିର୍ବାଚନରେ ପରାଜୟ ଏହାର ଝଲକ

24

କନକ ବ୍ୟୁରୋ : ଉତରପ୍ରଦେଶ ଓ ବିହାର ଉପ ନିର୍ବାଚନରେ ବିଜେପିର ବଡ ଧରଣର ବିଫଳତା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଆଇପିଏସ୍ ସମ୍ମିଳନୀର ଉଦଯାପନୀ ସମାରୋହରେ ଯୋଗ ଦେବା ଅବସରରେ, ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କହିଛନ୍ତି, ବିଜେପି ଧିରେ ଧିରେ ବୁଡିବାରେ ଲାଗିଛି । ଗତକାଲି ଉତର ପ୍ରଦେଶର ଦୁଇଟି ଲୋକସଭା ଓ ବିହାରର ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ଉପନିର୍ବାଚନରେ ବିଜେପିର ପରାଜୟକୁ ନେଇ ଏହା କହିଛନ୍ତି ନବୀନ ।

ସେହିଭଳି ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଏୟାରପୋର୍ଟରୁ ଏକ ବିରାଟ ପଟୁଆରରେ ଧର୍ମେନ୍ଦ୍ରଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଣିବା ପାଇଁ ପ୍ରସ୍ତୁତି କରାଯାଇଛି । ବିଜେପୁରରେ ବିଜେପିର ଶୋଚନୀୟ ପରାଜୟ ପରେ ଓଡିଶା ଆସୁଛନ୍ତି ଧର୍ମେନ୍ଦ୍ର । ଏବଂ ଧର୍ମେନ୍ଦ୍ରଙ୍କ ଏହି ଗସ୍ତକୁ ଦଳ ସଂଗଠନରେ ନୂଆ ଉତ୍ସାହ ଭରିବା ଦିଗରେ ଉପଯୋଗ କରିବାକୁ ଚାହୁଁଛି । ତେଣୁ ହଜାର ହଜାର କର୍ମୀଙ୍କୁ ନେଇ ବିଶାଳ ପଟୁଆରରେ ଧର୍ମେନ୍ଦ୍ରଙ୍କୁ ସ୍ୱାଗତ କରିବା ପାଇଁ ଯୋଜନା କରାଯାଇଛି ।