କଂଗ୍ରେସରେ ମିଶିଲେ ଢେଙ୍କାନାଳର ପୂର୍ବତନ ବିଧାୟକ । ସମର୍ଥକଙ୍କ ସହ ବିଧିବଦ୍ଧ ଭାବରେ ହାତ ଧରିଲେ ନବୀନ ନନ୍ଦ

393

କନକ ବ୍ୟୁରୋ: କଂଗ୍ରେସରେ ମିଶିଲେ ନବୀନ ନନ୍ଦ । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ କଂଗ୍ରେସ ଭବନରେ ନିଜ ସମର୍ଥକଙ୍କ ସହ ହାତ ଧରିଛନ୍ତି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ । ତେବେ ବିଜେଡିରୁ ନିଲମ୍ବିତ ହେବା ପରେ ନବୀନ ନନ୍ଦ କଂଗ୍ରେସ ଟିକେଟରୁ ନିର୍ବାଚନରେ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା। ଏ ସଂକ୍ରାନ୍ତରେ ମଧ୍ୟ ନବୀନ କହିଥିଲେ କି, ସେ କଂଗ୍ରେସରେ ମିଶିବା ସମ୍ଭାବନା ରହିଛି । ଏ ନେଇ ଆଲୋଚନା ଜାରିରହିଛି। ଅନ୍ୟ କଂଗ୍ରେସ କର୍ମୀଙ୍କୁ ଡକାଯାଇ ବିଚାରବିମର୍ଷ କରାଯିବ। ସମସ୍ତଙ୍କୁ ଏକାଠି କରି ନିଷ୍ପତ୍ତି ନେବେ ବୋଲି କହିଥିଲେ ନବୀନ ନନ୍ଦ ।

ଉଲ୍ଲେଖ ଥାଉ କି, କୋଲକାତାରେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗିରଫଦାରୀକୁ ନେଇ ବିବାଦ ଉପୁଜିବା ପରେ ବିଜୁ ଜନତା ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ବ୍ୟବସାୟ କାମରେ କୋଲକାତା ଯାଇ ସେଠାରେ ପ୍ରଥମେ ନିଖୋଜ ହେବା ପ୍ରଚାରିତ ହେବା ଓ ପରେ କୋଲକାତା ପୁଲିସ ଦ୍ବାରା ଗିରଫ ହେବା ଘଟଣା ଜଣାପଡ଼ିବା ପରେ ନବୀନଙ୍କ ଆଚରଣ ବିବାଦ ଘେରକୁ ଆସିଥିଲା। ଏହା ପରେ ନନ୍ଦଙ୍କୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ହୋଇଥିଲା। ଯେଉଁ କାରଣରୁ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା ।