ଦିଲ୍ଲୀ ଦରବାରରେ ଓଡିଶାର ଦାବି

24

ଦିଲ୍ଲୀ ବ୍ୟୁରୋ କନକ ନ୍ୟୁଜ୍: ରାଜ୍ୟରେ ମରୁଡି ସ୍ଥିତି ନେଇ ଦିଲ୍ଲୀରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଜୁନରୁ ନଭେମ୍ବର ମାସ ମଧ୍ୟରେ ହୋଇଥିବା ମୈାସୁମୀର ଅନିୟମିତ ବର୍ଷା ରାଜ୍ୟରେ ଭୟଙ୍କର ମରୁଡି ସ୍ଥିତି ସୃଷ୍ଟି କରିଥିବା କହିଥିଲେ ନବୀନ । ୨୭ ଜିଲ୍ଲାର ୨୯ ହଜାର ଗାଁ ଭୟଙ୍କର ମରୁଡିରେ ପ୍ରଭାବିତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏଥିସହ ମରୁଡି ବାବଦ ବକେୟା ଦେୟ ଓ ନରେଗା ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିବାକୁ ନବୀନ ଦାବି ରଖିଥିଲେ ।

ତେବେ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏଯାବତ କେନ୍ଦ୍ର ସରକାର ଏନଡିଆରଏଫରୁ ୬୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହାବାଦ ଜଳସେଚନରେ ସୁଧାର ଆଣିବାକୁ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ ରାଜ୍ୟ ସରକାର ଅନୁଦାନ ଦାବି କରିଥିଲେ । ସେହିଭଳି ଯୁଦ୍ଧକାଳୀନ ଭିତିରେ ଜଗମୋହନ ମରାମତି କାର୍ଯ୍ୟ ସାରିବାକୁ ନବୀନ କେନ୍ଦ୍ର ପାଖରେ ରଖିଛନ୍ତି ଦାବି ।