ଦିଲ୍ଲୀରେ ନବୀନ-ମୋଦି ଭେଟଘାଟ! ଅସ୍ପଷ୍ଟ ରହିଛି ଆଲୋଚନାର ବିଷୟ, ବଢିଲା ରାଜନୈତିକ ଉଷ୍ମତା

28

କନକ ବ୍ୟୁରୋ : ବିଜେଡି-ବିଜେପି ତୀବ୍ର ରାଜନୈତିକ ପ୍ରତିଦ୍ୱିନ୍ଦତା ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ଜନକଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଯାଇ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପୁର ଉପନିର୍ବାଚନକୁ ନେଇ ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟ ରାଜନୈତିକ ପ୍ରତିଦ୍ୱନ୍ଦିତା ତୀବ୍ର ହୋଇଥିବାବେଳେ ଦୁଇନେତାଙ୍କ ସାକ୍ଷାତକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଯଦିଓ ଏହି ସାକ୍ଷାତ ଆଲୋଚନା ନେଇ ପିଏମଓ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ ।

will naveen soft for bjpକିନ୍ତୁ ଚର୍ଚ୍ଚା ଅନୁସାରେ ଓଡିଶାର ବିଭିନ୍ନ ଦାବି ନେଇ ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି ନବୀନ । ପୋଲାଭରମ ପ୍ରସଙ୍ଗରେ ଓଡିଶାର ସ୍ୱାର୍ଥରକ୍ଷା ଲାଗି କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି କରିବା ସହ ମହାନଦୀ ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟାକୁ ତ୍ୱରାନିତ କରିବାକୁ ଦାବି ରଖିପାରନ୍ତି ନବୀନ । ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବର୍ତମାନ ପରିପ୍ରେକ୍ଷୀରେ ବଢାଇବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ନିଷ୍ପତିର ପୁନର୍ବିଚାର ପାଇଁ ନବୀନ ଅନୁରୋଧ କରିବା ସମ୍ଭାବନା ରହିଛି ।

ଯେଉଁ ସମୟରେ ଏହି ସାକ୍ଷାତ ଆଲୋଚନା ହେଉଛି, ତାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ନିର୍ବାଚନୀ ମୋଡକୁ ଆସିଯାଇଥିବା ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଯୋଗୀତା ଶୀର୍ଷରେ ପହଂଚିଛି । ପ୍ରସଙ୍ଗ ଭିତିରେ ନେତାଙ୍କ କଥା କଟାକଟି ଓ ପରସ୍ପର ବିରୋଧୀ ବୟାନବାଜି ମଧ୍ୟ ଶାଣିତ ହୋଇଛି । ଆଗାମୀ ୧୬ ତାରିଖରେ ସ୍କୁଲ ପିଲାଙ୍କୁ ମୋଦିଙ୍କ ଅଭିଭାଷଣ କାର୍ଯ୍ୟକ୍ରମ ଆୟୋଜନ ନେଇ ନକାରାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି ନବୀନ ସରକାର । ହେଲେ ସେପଟେ ଦିଲ୍ଲୀରେ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟୁଥିବା ଚର୍ଚ୍ଚା ପୁରା ରାଜନୈତିକ ପାଣିପାଗକୁ ସରଗରମ କରିଦେଇଛି ।