ରହସ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନା ! ନୂଆ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ କଣ କହିଲେ ନବୀନ, ବଢିଲା ଚର୍ଚ୍ଚା

72

କନକ ବ୍ୟୁରୋ : ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦ ମିନିଟର ଆଲୋଚନା ଏକ ବଡ ଦ୍ୱନ୍ଦ୍ୱ ତିଆରି କରିଛି । ୨୦ ମିନିଟ ଧରି ପ୍ରକୃତରେ ନବୀନ କଣ କଥା ହେଲେ ମୋଦିଙ୍କ ସହ । କୈଣସି ରାଜନୈତିକ ପ୍ରସଙ୍ଗ ଆଲୋଚନା କରାଯାଇ ନାହିଁ ଏହି ସାକ୍ଷାତ ସମୟରେ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ବିବାଦ, ମହାନଦୀ, ପୋଲାଭରମ ଆଦି କୌଣସି ପ୍ରସଙ୍ଗରେ ଆଲୋଚନା ନେଇ କୌଣସି ସୂଚନା ଦିଆଯାଇନାହିଁ । କେବଳ ଏହି ଆଲୋଚନା ସମୟରେ ବିଜୁ ବାବୁଙ୍କ ସଂପର୍କୀତ ବହି ‘ଦି ଟଲ ମ୍ୟାନ- ବିଜୁ ପଟ୍ଟନାୟକ’ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

modiବାକି ସମୟ ଏହି ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ କଣ ଆଲୋଚନା ହେଲା । ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ଯେଉଁ ତୀବ୍ର ପ୍ରତିଯୋଗିତା ଚାଲିଛି, ବିଜେପୁରକୁ ନେଇ ଯେଉଁ ରାଜନୈତିକ ଦ୍ୱନ୍ଦ୍ୱ୍ୱ ବଢିିଚାଲିଛି ସେତିକିିବେଳେ ଏହି ଆଲୋଚନା ରାଜନୈତିକ ଗୁରୁତ୍ୱ ହାସଲ କରିଛି । ଆଗକୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ଆସୁଥିବାବେଳେ ଭାରତୀୟ ଜନତା ପାର୍ଟି ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟରେ ନିଜର ପ୍ରଭାବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଚାହୁଁଛି ।

ସାରା ଦେଶରେ ନରେନ୍ଦ୍ର ମୋଦି ଆଉ ବିଜେପିର ପ୍ରଭାବ ଅତୁଟ ରଖିବା ପାଇଁ ବିଜେପିର ପ୍ରଚେଷ୍ଟା ଜାରି ରହିଛି । ସେତିକିବେଳେ ମୋଦି ଏବଂ ନୀବନଙ୍କ ଭେଟ ସାରା ଓଡିଶାରେ ଆଲୋଚନାର ପ୍ରସଙ୍ଗ ହୋଇଛି । ମୋଦିଙ୍କ ସହ ଆଲୋଚନା ସମୟରେ କେଉଁ ପ୍ରସଙ୍ଗ ଉଠାଇଛନ୍ତି ନବୀନ । ଆଉ ଉତରରେ ପ୍ରଧାନମନ୍ତ୍ରୀ କଣ କହିଛନ୍ତି । ରାଜ୍ୟରେ ଚାଲିଥିବା ବଡବଡ ରାଜନୈତିକ ପ୍ରସଙ୍ଗ କଥା ଛଳରେ ଆଲୋଚନା ହୋଇଛି କି । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସହିତ କୌଣସି ଗୁରୁତ୍ୱପୂଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି କି । ବର୍ତମାନର ରାଜନୈତିକ ପରିସ୍ଥିତି ସହିତ ଏହାର ସଂପର୍କ ଅଛି କି ।

ସଂପୂର୍ଣ୍ଣ ଗୋପନୀୟ ଏହି ଆଲୋଚନା ଉଭୟ ବିଜେପି ଆଉ ବିଜେଡି କର୍ମୀଙ୍କ ଭିତରେ ଦ୍ୱନ୍ଦକୁ ବଢାଇ ଦେଇଛି । ପରବର୍ତି ରାଜନୀତି ଉପରେ ଏହାର ପ୍ରଭାବ କଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ନବୀନ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି ଦିଲ୍ଲୀ ଯିବା ପୂର୍ବରୁ ମଧ୍ୟ ମୋଦିଙ୍କ ସହ ସାକ୍ଷାତ ନେଇ ଗଣମାଧ୍ୟମକୁ କୌଣସି ସୂଚନା ଦେଇନଥିଲେ ନବୀନ ।