ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ଓ ନୀତିନ ଗଡ଼କରୀଙ୍କୁ ଭେଟିଲେ ନବୀନ୍ !

19

କନକ ବ୍ୟୁରୋ : ଦିଲ୍ଲୀରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ୫୮୫ କିଲୋମିଟର ଜାତୀୟ ରାଜପଥ ପାଇଁ ଟେଣ୍ଡର ପ୍ରକ୍ରିୟା ସାରିବା ସହ କାମ ତ୍ୱରାନ୍ୱିତ କରିବାକୁ କହିଛନ୍ତି ନବୀନ । ଭୁବନେଶ୍ୱରର ଖଣ୍ଡଗିରି ଏବଂ ଖୋର୍ଦ୍ଧା ଜାତୀୟ ରାଜପଥ ଗହୀରା ଛକରେ ଏକ ଫ୍ଲାଏଓଭର ନିର୍ମାଣ ପାଇଁ ଆଲୋଚନା ହୋଇଛି ।