ହାତ ମିଳାଇଲେ ମୁଖ୍ୟମନ୍ତ୍ରୀ ! ସଚିବାଳୟରେ ଏସିଆନ୍ ଆଥଲେଟିକ୍ସ ମିଟର ମାସ୍କଟ୍ ‘ଓଲି’

27

କନକ ବ୍ୟୁରୋ : ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପର ମାସ୍କଟ୍ ‘ଓଲି’ ଆଜି ଆସିଥିଲେ ସଚିବାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଓଲି’ ସହ କରମର୍ଦ୍ଦନ କରିଥିଲେ । ସଚେତନତା ପାଇଁ ବିଡିଏ ପକ୍ଷରୁ ଏହି ଓଲିକୁ ସହରରେ ବୁଲାଯାଉଛି । ଓଡ଼ିଶାର କେନ୍ଦ୍ରାପଡ଼ାକୁ ଆସୁଥିବା ବିରଳ ଅଲିଭ ରିଡଲେର ପ୍ରତୀକ ହେଉଛି ‘ଓଲି’। ସେହିଭଳି ୪୫ଟି ଦେଶରୁ ଆସୁଥିବା ୮୦୦ରୁ ଅଧିକ ଖେଳାଳି ଓ ମୋଟ ୧୧୦୦ରୁ ଅଧିକ ଅତିଥିଙ୍କ ପାଇଁ ପର୍ଯ୍ୟଟନ ବିଭାଗ ବିଭିନ୍ନ ପଦକ୍ଷେପ ନେଇଛନ୍ତି ସରକାର ।

ଜୁଲାଇ ୫ରେ ଭୁବନେଶ୍ୱରରେ ଆରମ୍ଭ ହେବ ଏସିଆନ୍ ଆଥଲେଟିକ୍ ମିଟ୍ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମ ପୁରା ପ୍ରସ୍ତୁତ । ପ୍ରତିଯୋଗିତା ଲାଗି ବିଭିନ୍ନ ଦେଶର ଖେଳାଳି ପ୍ରାୟ ପହଂଚିସାରିଲେଣି । ୧୬ ଜଣିଆ ଭାରତୀୟ ଦଳ ମଧ୍ୟ ଭୁବନେଶ୍ୱରରେ ପଂହଚିସାରିଛନ୍ତି । ବିଭିନ୍ନ ଦେଶର ଖେଳାଳି ଅଭ୍ୟାସ କରୁଥିବା ମଧ୍ୟ ନଜରକୁ ଆସିଛି । ସେପଟେ ଏହି ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନ୍ସିପରେ ସ୍ୱର୍ଣ୍ଣ ପଦକ ପାଉଥିବା କ୍ରୀଡ଼ାବିତମାନେ ଲଣ୍ଡନରେ ହେବାକୁ ଥିବା ଆଇଏଏଏଫ୍ ବିଶ୍ୱ ଚାମ୍ପିଅନ୍ସିପ୍ ପାଇଁ ଯୋଗ୍ୟ ବିବେଚିତ ହେବାକୁ ଥିବାରୁ ଓଡ଼ିଶା ପାଇଁ ଏହାର ଗୁରୁତ୍ୱ ବଢ଼ିଯାଇଛି ।