ଚର୍ଚ୍ଚାରେ ନବୀନଙ୍କ ସରପ୍ରାଇଜ୍ ଦିଲ୍ଲୀ ଗସ୍ତ ! ପୂର୍ବଥର ମୋଦିଙ୍କୁ ଭେଟିଥିଲେ, ଏବେ ରାଷ୍ଟ୍ରପତିଙ୍କୁ ଭେଟି ବିଜୁ ସଂଗ୍ରହାଳୟ ଉଦଘାଟନ ପାଇଁ କଲେ ନିମନ୍ତ୍ରଣ

50

କନକ ବ୍ୟୁରୋ : ଦିଲ୍ଲୀରେ ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ଆସିବା ପାଇଁ ରାମନାଥ କୋବିନ୍ଦଙ୍କୁ ଆମନ୍ତ୍ରଣ କରିଛନ୍ତି ନବୀନ । ବିଜୁ ସଂଗ୍ରହାଳୟ ଉଦଘାନ କରିବା ପାଇଁ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏଥିଲାଗି ସମ୍ମତି ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୧୭ କିମ୍ବା ୧୮ ତାରିଖରେ ବିଜୁ ସଂଗ୍ରହାଳୟ ଉଦଘାଟନ କରିବାକୁ ଓଡିଶା ଆସିପାରନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

କଟକରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ ଆନନ୍ଦ ଭବନକୁ ବିଜୁ ସଂଗ୍ରହାଳୟ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହିଠାରେ ରହିବ ବିଜୁ ବାବୁଙ୍କ ଡାକୋଟା ବିମାନ । କିଛିଦିନ ତଳେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ଭେଟି ବିଜୁ ବାବୁଙ୍କ ଉପରେ ରଚିତ ପୁସ୍ତକ ଦି ଟଲ ମ୍ୟାନ ବିଜୁ ପଟ୍ଟନାୟକ ଉପହାର ଦେଇଥିଲେ ନବୀନ ।