ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ଖୋର୍ଦ୍ଧା ରୋଡରୁ ମୁମ୍ବାଇକୁ ନୂଆ ଟ୍ରେନ ଚଳାଇବା ନେଇ ନବୀନଙ୍କ ଦାବି

24

କନକ ବ୍ୟୁରୋ : ଓଡିଶାରୁ ଦୈତନଗରୀକୁ ନୂଆ ଟ୍ରେନ ଚଳାଚଳ ନେଇ ପ୍ରଭୁଙ୍କୁ ଚିଠି ଲେଖିଲେ ନବୀନ । ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ରୋଡରୁ ମୁମ୍ବାଇକୁ ନୂଆ ଏସି ଏକ୍ସପ୍ରେସ ଟ୍ରେନ ଚଳାଇବା ନେଇ ନବୀନ ଦାବି କରିଛନ୍ତି ।

ନୂଆ ଟ୍ରେନର ନାଁ ସଂଗ୍ରାମୀ ବକ୍ସି ଜଗବନ୍ଧୁ ଏକ୍ସପ୍ରେସ ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ବକ୍ସି ଜଗବନ୍ଧୁ ଏସି ଏକ୍ସପ୍ରେସ ଖୋର୍ଦ୍ଧା ପୁରୀ ରୋଡ ଭାୟା ସମ୍ବଲପୁର ଦେଇ ମୁମ୍ବାଇ ଚଳାଚଳ କରିବା ନେଇ ମୁଖ୍ୟମନ୍ତ୍ରୀ ରେଳମନ୍ତ୍ରୀଙ୍କ ପାଖରେ ଦାବି ରଖିଛନ୍ତି । ସାମାଜିକ, ଅର୍ଥନୈତିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଓଡିଶାରୁ ମୁମ୍ବାଇକୁ ସିଧାସଳଖ ରେଳ ସଂଯୋଗୀକରଣ କରିବା ଜରୁରୀ । ଓଡିଶାର ପର୍ଯ୍ୟଟନସ୍ଥଳୀକୁ ମହାରାଷ୍ଟ୍ରରୁ ବହୁ ପର୍ଯ୍ୟଟକ ଆସୁଥିବା ବେଳେ ମୁମ୍ବାଇକୁ ରୋଜଗାର ପାଇଁ ରାଜ୍ୟରୁ ବହୁ ଲୋକ ଯାଇଥାନ୍ତି ।