ମୟୁରଭଞ୍ଜରେ ରେଳ ପ୍ରକଳ୍ପ ପାଇଁ ମାଗଣାରେ ଜମି ଦେବେ ରାଜ୍ୟ ସରକାର ! ଅନୁମୋଦନ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ।

143

କନକ ବ୍ୟୁରୋ : କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଂଜ ଜିଲ୍ଲାରେ ରେଳ ପ୍ରକଳ୍ପ ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି । ନବୀନ ଚିଠିରେ ମୟୁରଭଞ୍ଜର ବାଙ୍ଗିରିପୋଷି-ଗୋରୁମହିଷାଣୀ ବୁଢ଼ାମରା-ଚକୁଳିଆ ରେଳପଥ ପ୍ରକଳ୍ପକୁ ଉଲ୍ଲେଖ କରିଛନ୍ତି ।

ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରକଳ୍ପରୁ ଓଡ଼ିଶା ଏବଂ ଝାଡ଼ଖଣ୍ଡର ସାଧାରଣ ଜନତା ଅଧିକ ଉପକୃତ ହେବେ । ବୁଢ଼ାମରା-ଚକୁଳିଆ ପ୍ରକଳ୍ପ ପାଇଁ ପୂର୍ବରୁ ଅନୁମତି ମିଳିଥିଲା । ପୁଣି ଥରେ ତାଲିକାଭୁକ୍ତ କରି ପ୍ରକଳ୍ପ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ଦାବି କରିଛନ୍ତି । ସବୁଠାରୁ ବଡ କଥା ହେଉଛି ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଲେ ଓଭୟ ଓଡିଶା ଓ ଝାଡଖଣ୍ଡକୁ ଯୋଗାଯୋଗରେ ସୁବିଧା ହେବ ।