ମୋଦିଙ୍କୁ ଚିଠି ଲେଖିଲେ ନବୀନ ! ଓଡିଶାରେ ଟାଟା ମେମୋରିଆଲ୍ ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ କହିଲେ ମୁଖ୍ୟମନ୍ତ୍ରୀ

40

କନକ ବ୍ୟୁରୋ : ମୋଦିଙ୍କୁ ନବୀନଙ୍କ ଚିଠି । ଓଡିଶାରେ ଟାଟା ମେମୋରିଆଲ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ଏହାର ଏକ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇ ଚିଠି ଲେଖିଛନ୍ତି ନବୀନ ।

ଚିଠିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଏହାର ପ୍ରତିଷ୍ଠା ଦ୍ୱାରା ରାଜ୍ୟ ତଥା ପଡୋଶୀ ରାଜ୍ୟର ଅନେକ କ୍ୟାନସର ରୋଗୀ ଉପକୃତ ହେବେ । ଟାଟା ମେମୋରିଆଲ ବିଶେଷ କରି କ୍ୟାନସର ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବା କ୍ଷେତ୍ରରେ କାର୍ଯ୍ୟ କରୁଛି । ଏବଂ ଟାଟା ମେମୋରିଆଲକୁ ଆଟୋମିକ୍ ଏନର୍ଜି ଡିପାର୍ଟମେଂଟ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହ ପରିଚାଳନା କରାଯାଉଛି । ଦେଶର ସାଙ୍ଗରୁର୍, ବିଶାଖପାଟନମ୍ ଓ ବାରଣାସୀ ଭଳି ସହରରେ ଟାଟା ମେମୋରିଆଲର କେନ୍ଦ୍ର ରହିଛି ।