କାଲି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିବ ମୋଦିଙ୍କ ଟଙ୍କା ! ସେପଟେ ‘ପିଏମ୍ କିଷାନ’ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ।

383

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ନେଇ ମୋଦିଙ୍କୁ ନବୀନ ଚିଠି ଲେଖିଛନ୍ତି । ପିଏମ୍ କିଷାନ ଯୋଜନାରେ ସହାୟତା ରାଶି ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ସହାୟତା ରାଶି ୬ ହଜାର ଟଙ୍କାରୁ ୧୦ ହଜାର ଟଙ୍କାଙ୍କୁ ବୃଦ୍ଧି କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ସହ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଭୂମିହୀନ ଚାଷୀ ଓ ଭାଗଚାଷୀଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି ନବୀନ । କାଳିଆ ଯୋଜନା ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ଥରେ ଏନେଇ ଚିଠି ଲେଖିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ସେପଟେ ଆସନ୍ତାକାଲି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିବ ମୋଦିଙ୍କ ଟଙ୍କା । ଆସନ୍ତାକାଲି ଗୋରଖପୁରରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଶୁଭାରମ୍ଭ କରାଯିବ । ପିଏମ କିଷାନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।